• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିହାରରେ ନୂଆ ମହାମେଣ୍ଟ ସରକାରର ଆଜି ଶପଥ ଗ୍ରହଣ ଉତ୍ସବ । ଅପରାହ୍ନରେ ଶପଥ ନେବେ ମହାଗଠବନ୍ଧନ ସରକାର-୨ । ରାଜଭବନରେ ଶପଥ ନେବେ ବିହାରର ନୂଆମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଏ ନେଇ ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ମହାଗଠବନ୍ଧନ ପାର୍ଟ ଟୁ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି ।

ସେପଟେ ବିଧାନସଭାର ବାଚସ୍ପତି ତେଜସ୍ୱୀଙ୍କ ଦଳ ଆରଜେଡି ଭାଗରେ ପଡ଼ିବ ବୋଲି ଜଣାପଡ଼ିଛି । ନୀତୀଶଙ୍କ ନୂଆ ସରକାରରେ କଂଗ୍ରେସ ଓ ବାମ ଦଳର ସଦସ୍ୟ ବି ସାମିଲ ହେବେ ବୋଲି ସୂଚନା ମିଳିଛି । ବିଜେପି ହାତ ଛାଡ଼ିବା ପରେ ନୀତିଶ ଗତକାଲି ରାଜ୍ୟପାଳ ଫଗୁ ଚୌହାନନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ମହାଗଠନବନ୍ଧନ ସରକାରକୁ ୭ଟି ଦଳର ସମର୍ଥନ ରହିଥିବା ବେଳେ ବିଧାନସଭାରେ ମେଣ୍ଟ ଦଳର ୧୬୪ ବିଧାୟକ ରହିଥିବା ନୀତୀଶ ସୂଚନା ଦେଇଥିଲେ ।

ନଜର ପକାନ୍ତୁ ବିହାର ସଂଖ୍ୟା ଗଣିତ ଉପରେ . . .

ବିହାର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୪୩ ହୋଇଥିବା ବେଳେ, ସଂଖ୍ୟାଗରିଷ୍ଠତା ହାସଲ ପାଇଁ ମ୍ୟାଜିକ ନମ୍ବର ୧୨୨ । ଏବେ ଆର୍‌ଜେଡି ପାଖରେ ୭୯ ବିଧାୟକ ଥିବା ବେଳେ, ବିଜେପି ପାଖରେ ୭୭ । ସେହିପରି ଜେଡିୟୁର ୪୫, କଂଗ୍ରେସ ଓ ସହଯୋଗୀ ଦଳଙ୍କ ୨୦, ବାମଦଳର ୧୬ ଏବଂ ଅନ୍ୟନ୍ୟ ୫ ବିଧାୟକ ଅଛନ୍ତି । ଏବେ ନଜର ମହାମେଣ୍ଟ ସହଜରେ ସରକାର ଗଠନ କରିପାରୁଛି ନା କାହାଣୀରେ କିଛି ନୂଆ ଟୁଇଷ୍ଟ ଆସୁଛି ?