VOTE
ପୁଣି ବଢ଼ିଲା କଟକଣା ଅବଧି । ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ଲାଗୁ କଟକଣାର ଅବଧି ବଢ଼ାଇଛନ୍ତି ସରକାର । ପୂର୍ବରୁ ଲାଗୁ କଟକଣାକୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କଟକଣା ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏହି କଟକଣା ମଧ୍ୟରେ ରାଲି, ରୋଡ୍ ସୋ, ପଦଯାତ୍ରା, ବାଇକ ରାଲି କରାଯାଇପାରିବ ନାହିଁ । ଅର୍ଥାତ୍ ଫେବ୍ରୁଆରୀ ୧୧ ତାରିଖ ଯାଏଁ ରାଜନୈତି ଦଳମାନେ କୌଣସି ପ୍ରକାର ରାଲି କରିପାରିବେ ନାହିଁ କିମ୍ବା ରୋଡ୍ ସୋ କି ପଦଯାତ୍ରା ବି କରିପାରିବେ ନାହିଁ ।ୟ
ତେବେ ଲାଗୁ ହୋଇଥିବା କଟକଣାରେ କିଛି କୋହଳ କରିଛନ୍ତି ନିର୍ବାଚନ କମିଶନ । ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/VOTE_1643371004.jpeg)