Hari Babu Kambhampati: ଓଡ଼ିଶା ଆସୁଛନ୍ତି ନୂଆ ରାଜ୍ୟପାଳ, ଶ୍ରୀଜିଉଙ୍କୁ ଦର୍ଶନ କାର୍ଯ୍ୟକ୍ରମ

ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ ପତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ।

Hari Babu Kambhampati

ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ହରିବାବୁ କମ୍ଭମ୍ ପତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଆସନ୍ତାକାଲି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ । ରାଜଭବନରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ । ଏହାପୂର୍ବରୁ ମିଜୋରାମ ରାଜଭବନରେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।

ଏନେଇ ସୋସିଆଲ୍ ମିଡିଆ ସାଇଟ୍ X ରେ ସୂଚନା ଦେଇଛନ୍ତି ହରିବାବୁ । ୨୦୧୪ରେ ବିଶାଖାପାଟଣା ଲୋକସଭାରୁ ସାଂସଦ ଥିଲେ । ବିଜେପି ଟିକେଟରେ ୧୬ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ରେ ବିଶାଖାପାଟଣା-୧ରୁ ଆସନରୁ ବିଧାୟକ ଥିଲେ ହରିବାବୁ କମ୍ଭମପତି ।

ଅଧିକ ପଢ଼ନ୍ତୁ: ସାଇବର ଅପରାଧୀଙ୍କ ପ୍ରିୟ ଡିଜିଟାଲ ପ୍ଲାଟଫର୍ମ ହ୍ୱାଟସଆପ୍, ପଛକୁ ରହିଛି ଟେଲିଗ୍ରାମ-ଇନଷ୍ଟାଗ୍ରାମ

୨୦୧୪-୨୦୧୮ ଯାଏଁ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ରାଜ୍ୟ ସଭାପତି । ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନରେ ବି-ଟେକ୍ ଡିଗ୍ରୀ ସହ ପିଏଚଡି ହାସଲ କରିଥିଲେ ହରିବାବୁ କମ୍ଭମପତି ।

୨୪ ବର୍ଷ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ସହକାରୀ ପ୍ରଫେସର ଭାବରେ କାମ କରିଥିଲେ । ଛାତ୍ର ନେତା ଭାବରେ ୧୯୭୨ରେ ଜୟ ଆନ୍ଧ୍ର ଆନ୍ଦୋଳନରେ ସାମିଲ ହୋଇଥିଲେ । ଜରୁରିକାଳୀନ ସ୍ଥିତି ବେଳେ ଗିରଫ ହୋଇ ୬ ମାସ ଯାଇଥିଲେ ଜେଲ୍ । ୧୯୭୭ରେ ଆନ୍ଧ୍ରପ୍ରଦେଶରେ ଜନତା ଦଳର କାର୍ଯ୍ୟକାରୀ ସଦସ୍ୟ ଥିଲେ ।

୧୯୭୮ରେ ଜନତା ଦଳର ଆନ୍ଧ୍ରପ୍ରଦେଶ ଯୁବ ମୋର୍ଚ୍ଚା ଉପସଭାପତି ଥିଲେ ହରିବାବୁ କମ୍ଭମପତି । ୧୯୯୩ରୁ ୨୦୦୩ ଯାଏ ସେ ଥିଲେ ଆନ୍ଧ୍ରପ୍ରଦେଶ ବିଜେପିର ସାଧାରଣ ସମ୍ପାଦକ । ୨୦୦୫ରେ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଥିଲେ ହରିବାବୁ କମ୍ଭମପତି । ୨୦୧୪ରୁ ୨୦୧୯ ଯାଏ ସାସଂଦ ଥିବା ବେଳେ ବିଭିନ୍ନ ସଂସଦୀୟ କମିଟିର ସଦସ୍ୟ ରହିଥିଲେ ।

ଅଧିକ ପଢ଼ନ୍ତୁ: ଅପରାଧରେ ନମ୍ବର୍ ୱାନ୍ ୨୦୨୪, ଗତ ବର୍ଷ ଟ୍ୱିନ୍ ସିଟିରେ ୬୬ ଟି ହତ୍ୟା