Advertisment

୨୫ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ସିଟ୍...

ଯେଉଁ ଗୃହକୁ ସେ ମୁଖ୍ୟମନ୍ତ୍ରୀ ଥାଟ୍ଟରେ ଏଣ୍ଟ୍ରି କରୁଥିଲେ, ସେହି ଗୃହକୁ ଆଜି କେବଳ ବିଧାୟକ ହୋଇଯାଇଛନ୍ତି । ଯେଉଁ ଗୃହରେ ଦୀର୍ଘ ୨୫ ବର୍ଷ ଧରି ତାଙ୍କ ଦଳ ରାଜ କରୁଥିଲା ଆଉ ସେ ଥିଲେ ଦଳର ମୁଖିଆ, ଆଜି ସେ ବିଧାୟକ ଭାବେ ଗୃହ ଭିତରକୁ ପ୍ରବେଶ କରିଛନ୍ତି।

ଅଦ୍ୟତନ ହୋଇଛି
Odisha Assembly Seat for Naveen Patnaik

Odisha Assembly

Advertisment

ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବ ନିର୍ବାଚିତ ବିଧାୟକ । ସେମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତିନି ଦିନ ପାଇଁ ଆରମ୍ଭ ହୋଇଥିବା ବିଧାନସଭାର ଅଧିବେଶନରେ ଏବେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଛି । ଆସନ୍ତାକାଲି ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିବ । 

Advertisment

ତେବେ ଆଜି ପ୍ରଥମ ଦିନରେ ଦେଖିବାକୁ ମିଛି ଅନେକ ରୋଚକ ଦୃଶ୍ୟ । ବିଧାନସଭା ଗୃହରେ ଦୀର୍ଘ ୨୫ ବର୍ଷ ଧରି ଯାହା ହୋଇନଥିଲା ଆଜି ତାହା ଦେଖିବାକୁ ମିଳିଲା । ଯେଉଁ ଚୌକିରେ ଗତ ୨୫ ବର୍ଷ ଧରି ନବୀନ ପଟ୍ଟନାୟକ ବସି ଆସୁଥିଲେ, ଆଜି ସେହି ବିଧାନସଭା ଗୃହରେ ତାଙ୍କ ସିଟ୍‌ ବଦଳିଯାଇଛି । ସେ ଏକ ସାଧାରଣ ବିଧାୟକ ଭାବେ ଗୃହରେ ବସିଛନ୍ତି।

ପଢନ୍ତୁ ଏହି ଖବର: ୧୭ ବର୍ଷରେ ସେ ପାଲଟିଥିଲେ ସନ୍ନ୍ୟାସୀ, ଆଜି କିନ୍ତୁ ଖଣି ମନ୍ତ୍ରୀ

Advertisment

ଯେଉଁ ଗୃହକୁ ସେ ମୁଖ୍ୟମନ୍ତ୍ରୀ ଥାଟ୍ଟରେ ଏଣ୍ଟ୍ରି କରୁଥିଲେ, ସେହି ଗୃହକୁ ଆଜି କେବଳ ବିଧାୟକ ହୋଇଯାଇଛନ୍ତି । ଯେଉଁ ଗୃହରେ ଦୀର୍ଘ ୨୫ ବର୍ଷ ଧରି ତାଙ୍କ ଦଳ ରାଜ କରୁଥିଲା ଆଉ ସେ ଥିଲେ ଦଳର ମୁଖିଆ, ଆଜି ସେହି ଗୃହରେ ବିରୋଧୀ ଦଳ ଭାବେ ସରକାରଙ୍କୁ କରିବେ ଟାର୍ଗେଟ୍‌ । ଏବେ ନବୀନଙ୍କ ସ୍ଥାନରେ ବସିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କ ପାଖକୁ ବସିଛନ୍ତି ଦୁଇ ଉପ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ।

ତେବେ ଆଜି ଗୃହରେ ଆଉ ଏକ ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଶପଥ ଗ୍ରହଣ ବେଳେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମଣ ବାଗ୍ ଆମ୍ନାସାମ୍ନା ହୋଇଥିଲେ । ଯେତେବେଳେ ଶପଥ ନେବା ପାଇଁ ଉଭୟ ନେତା ଗୃହକୁ ଆସିଥିଲେ ସେତେବେଳେ ଉଭୟ ନେତା ପରସ୍ପର ସହ କଥା ହୋଇଥିଲେ। 
ଲକ୍ଷ୍ମଣଙ୍କୁ କିଛି ପଚାରିଥିଲେ ନବୀନ, ଆଉ ହସି ହସି ଏହାର ଜବାବ ବି ରଖିଥିଲେ ଲକ୍ଷ୍ମଣ । କଣ୍ଟାବାଞ୍ଜୀରେ ଏଥର ଲକ୍ଷ୍ମଣ ବାଗ୍ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଛନ୍ତି। 

Advertisment

ଅନ୍ୟପଟେ ଆଜି ଏକ ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ବୋଲି କହିପାରିବା । ଆଉ ତାହା ହେଲା ନବୀନ ପଟ୍ଟନାୟକ ଯେତେବେଳେ ଶପଥ ନେବାକୁ ଆସିଥିଲେ, ସେତେବେଳେ ବିଜେପି ନେତାମାନେ ନିଜ ଚେୟାରୁ ଉଠିପଡ଼ିଥିଲେ । ଆଉ ହାତ ଯୋଡ଼ି ଶ୍ରଦ୍ଧା ଓ ସମ୍ମାନର ସହ ନବୀନଙ୍କୁ ନମସ୍କାର କରିଥିଲେ । ଆଉ ପ୍ରତି ଉତ୍ତରରେ ନବୀନ ମଧ୍ୟ ହାତ ଯୋଡ଼ି ହସ ହସ ମୁହଁରେ ସେମାନଙ୍କ ନମସ୍କାର ଗ୍ରହଣ କରିଥିଲେ ।

ପଢନ୍ତୁ ଏହି ଖବର: ବିଧାନସଭାକୁ ସାଇକେଲ ଧରି ପହଞ୍ଚିଲେ ସିଦ୍ଧାନ୍ତ; ସୁସ୍ଥ ରହିବା ପାଇଁ କଲେ ଆହ୍ବାନ...

ତେବେ ଆଜି ଶପଥ ନେବା ପାଇଁ ବିଧାନସଭା ଗୃହକୁ ଗଲା ବେଳେ ବିଧାୟକମାନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । କିଏ ବାପାଙ୍କ ଫଟୋ ପରିଚୟ ପତ୍ର ଧରି ଏଣ୍ଟ୍ରି କରିଛି ତ, କିଏ ସାଇକେଲ୍ ନେଇ । ତ ପୁଣି କିଏ ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି। ଚଳିତ ବିଧାନସଭାର ଆଜି ଥିଲା ପ୍ରଥମ ଅଧିବେଶନ। ଆଉ ଅବସର ଥିଲା ଶପଥ ଗ୍ରହଣର । ଏହି ଅବସରରେ ନବ ନିର୍ବାଚିତ ବିଧାୟକ ମାନେ ଗୃହରେ ପ୍ରବେଶ ପୂର୍ବରୁ କିଛି ନିଆରା ଢଙ୍ଗରେ ଆସିଛନ୍ତି। ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର ବାପା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୩୦ ବର୍ଷ ପୁରୁଣା ବିଧାନସଭାର ପରିଚୟ ପତ୍ରକୁ ନିଜ ସହ ନେଇ ଆସିଥିଲେ ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ