Advertisment

ହୁଗୁଳୁଛି ସଂଗଠନ; ଚିନ୍ତାରେ ନବୀନ ! ୨ ସାଂସଦ ଦଳ ଛାଡ଼ିବା ପରେ ନୂଆ ଷ୍ଟ୍ରାଟେଜି କି ?

ଆସ୍ଥା ହରାଉଛନ୍ତି ଜନ ପ୍ରତିନିଧି ଓ ନେତା। ଦୁଇ ଦୁଇଜଣ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ନବୀନ ଆପଣାଇଲେ ନୂଆ ଷ୍ଟ୍ରାଟେଜି। ଆଉ ଓହ୍ଲାଇଛନ୍ତି ମଇଦାନକୁ।

undefined

Naveen Patnaik

Advertisment

ନିର୍ବାଚନ ବିପର୍ଯ୍ୟୟ ଓ ବିଜେଡିରେ ଦଳୀୟ କନ୍ଦଳ ବଢ଼ିବା ପରେ କମାଣ ପୁଣି ଧରିଲେ ନବୀନ। ନୂଆ ରଣନୀତି ଆପଣାଇ ଗଣେଶ ପୂଜାରୁ ଲୋକଙ୍କ ପାଖକୁ ଯିବାକୁ ଆରମ୍ଭ କରିଛନ୍ତି। ଯାହାକୁ ଦଳୀୟ ନେତା ପ୍ରଚାର ପ୍ରସାର କରି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ନବୀନଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି। ସେପଟେ ବିଜେପି କହିଛି ପରାଜୟ ପରେ ନବୀନଙ୍କର ଲୋକଙ୍କ କଥା ମନେପଡିବା ଦୁର୍ଭାଗ୍ୟଜନକ। 

Advertisment

ହୁଗୁଳୁଛି ସଂଗଠନ ! ଚିନ୍ତାରେ ନବୀନ ! ଆସ୍ଥା ହରାଉଛନ୍ତି ଜନ ପ୍ରତିନିଧି ଓ ନେତା। ଦୁଇ ଦୁଇଜଣ ରାଜ୍ୟସଭା ସାଂସଦ ଦଳ ଛାଡିବା ପରେ ନବୀନ ଆପଣାଇଲେ ନୂଆ ଷ୍ଟ୍ରାଟେଜି। ଆଉ ଓହ୍ଲାଇଛନ୍ତି ମଇଦାନକୁ। ଗତକାଲି ସଂଧ୍ୟାରେ ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀରେ ଗଣେଶ ପୂଜା ମଣ୍ଡପ ବୁଲିଛନ୍ତି ନବୀନ। ଆଉ ଏକାମ୍ରରେ ପାୱାର ସୋ ବି କରିଛନ୍ତି। ଯାହାକୁ ବିଜେଡି ନେତାମାନେ ନିଜ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡଲରେ ପୋଷ୍ଟ କରି ପ୍ରଚାର ବି କରୁଛନ୍ତି।

ସେପଟେ ନବୀନ ନିକଟରେ ଘନଘନ ବୈଠକ ବି କରିଛନ୍ତି। ମହିଳା, ଛାତ୍ର, ସଂଖ୍ୟାଲଘୁ ସଂଗଠନ ବୈଠକରେ ଯୋଗଦେଇ ବାର୍ତ୍ତା ଦେବା ସହ ନବୀନ ନିବାସରେ ପଞ୍ଚାୟତ ପ୍ରତିନିଧି, ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷଙ୍କୁ ଭେଟୁଛନ୍ତି। ତେବେ ନିୟମିତ ବିଧାନସଭା ଯାଉନଥିବା ନବୀନ କାହିଁକି ଏବେ ନିଜେ ପାଦ କାଢିବାକୁ ବାଧ୍ୟ ହେଲେ ? କୁହାଯାଉଛି ଲୋକଙ୍କ ପାଖରେ ପହଞ୍ଚିବାକୁ ବିଜେଡି ସୁପ୍ରିମୋ ଆପଣାଇଛନ୍ତି ନୂଆ ରଣନୀତି। ୨୪ ବିପର୍ଯ୍ୟୟ ପରେ ସଂଗଠନକୁ ମଜବୁତ୍ କରିବା ହେଉଛି ମୂଳ ଉଦ୍ଦେଶ୍ୟ। ମାତ୍ର ଦଳ ଭିତରର ଗୋଷ୍ଠୀ କନ୍ଦଳ ଦଳକୁ ବେଶୀ କ୍ଷତାକ୍ତ କରୁଛି। ତେବେ ବିଜେଡି ସୁପ୍ରିମୋଙ୍କ ଏଭଳି ଆଭିମୁଖ୍ୟକୁ ବିଜେପି କଡା ଭାଷାରେ ସମାଲୋଚନା କରି କହିଛି ସତ୍ତାରୁ ଯିବାପରେ ନବୀନ ବାବୁ ଏବେ ଭୟଭୀତ। ଏହି ପ୍ରସଙ୍ଗରେ ମୁହାଁ ମୁହିଁ ହୋଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ ଓ ବିଜେଡିର ପୂର୍ବତନ ବିଧାୟକ ଅଶୋକ ପଣ୍ଡା। 

Advertisment

ବିଜେଡିରେ ଯେ, ଏବେ ସବୁ କିଛି ଠିକ୍ ଠାକ୍ ଚାଲିନି ତାହା ସମସ୍ତଙ୍କୁ ଜଣା। ଏହାକୁ ନେଇ ଦଳ ଭିତରୁ ବି ସ୍ବର ଉଠିଛି। ଗତକାଲି ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଥିଲେ ଅନ୍ୟ ବ୍ୟକ୍ତିବିଶେଷ ଦଳ ଛାଡିବା ଭିନ୍ନ, କିନ୍ତୁ ସାଂସଦମାନେ ଦଳ ଛାଡିଲେ ପ୍ରଭାବ ସଂଗଠନ ଉପରେ ନିଶ୍ଚିତ ପଡ଼ିବ। ଦଳ ଆତ୍ମନିରୀକ୍ଷଣ କରିବା ଆବଶ୍ୟକ।

ସେପଟେ ଏବେ ବି ଦଳରେ ପାଣ୍ଡିଆନ୍-ବବି ଯୋଡ଼ିଙ୍କ ଦବଦବା ରହିଛି। ସେଥିପାଇଁ ଶଙ୍ଖ ଭବନଠାରୁ ଆରମ୍ଭ କରି ନବୀନ ନିବାସ ବୈଠକ ଯାଏ ସବୁଠି ନିର୍ବାଚନ ବିପର୍ଯ୍ୟୟ ପାଇଁ ଦୁହିଁଙ୍କୁ ଦାୟୀ କରୁଛନ୍ତି ଯୁବ ଓ ବରିଷ୍ଠ ନେତା। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଦଳ ଏବେ ଦିଶାହୀନ। ଆଉ ଏହି ନୂଆ ଷ୍ଟ୍ରାଟେଜି ଦ୍ବାରା ବାର୍ତ୍ତା ଦେବାକୁ ଚାହୁଁଛି ଯେ ନବୀନଙ୍କ ଲୋକପ୍ରିୟତା ଏବେବି ଅତୁଟ ରହିଛି।

Advertisment

ଆସନ୍ତା ମାସରେ ବିଜେଡି ଜନସଂପର୍କ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଆଉ ସକ୍ରିୟ ଭାବେ ନବୀନ ବି ଏଥର ସାମିଲ ହେବେ। ଦେଖିବାର କଥା, ବିଜେଡିର ଏହି ଥିଓରୀ ଦଳକୁ କେତେ ସଂଗଠିତ କରି ରଖିପାରୁଛି।

Naveen Patnaik Ganesh Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ