Advertisment

Narsingh Mishra's Balangir Meeting: ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ସମରେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା ବଢିଲା

ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଜିଲ୍ଲାର ୩ ବିଜେପି ବିଧାୟକ ମଧ୍ୟ ଉଦଘାଟନୀ ଉତ୍ସବ ତଥା ପରବର୍ତ୍ତୀ ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବଲାଙ୍ଗିର ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

narasingh

narasingh

Advertisment

ବଲାଙ୍ଗୀରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ହେବା ପରେ ରାଜନୈତିକ ସମୀକ୍ଷକଙ୍କ ମଧ୍ୟରେ ଚାଲିଛି ଜୋରଦାର ଅଙ୍କକଷା। ଏହାକୁ ନେଇ ଏବେ ଜୋର ଧରିଛି ରାଜନୀତି।

Advertisment

ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଜିଲ୍ଲାର ୩ ବିଜେପି ବିଧାୟକ ମଧ୍ୟ ଉଦଘାଟନୀ ଉତ୍ସବ ତଥା ପରବର୍ତ୍ତୀ ବୈଠକରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବଲାଙ୍ଗିର ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ନୂଆ ସମୀକରଣ ନେଇ ରାଜନୈତିକ ମହଲରେ ଚର୍ଚ୍ଚା। ତେବେ ଏଭଳି କୌଣସି ସମ୍ଭାବନାକୁ ଏଡାଇ ଯାଇଛନ୍ତି ସମରେନ୍ଦ୍ର।

ଅଧିକ ପଢ଼ନ୍ତୁ: ନବମ ଥର ସଭାପତି ହେଲେ ନବୀନ, କିନ୍ତୁ ଶଙ୍ଖ ଭବନ ଆସିଲେନି ଭେଟ୍‌ରାନ୍‌ ନେତା

Advertisment

ପୁରା ପ୍ରସଙ୍ଗରେ ବରିଷ୍ଠ ନେତା ନରସିଂହଙ୍କ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ହେଲେ ତାଙ୍କ ପୁଅ ସମରେନ୍ଦ୍ର କହିଛନ୍ତି, ଲୋକଙ୍କ ଚିନ୍ତାଧାରା ଉପରେ ଆମର ନିୟନ୍ତ୍ରଣ ନାହିଁ । ସେହିପରି ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ସେ ରୋକଠୋକ ମନା କରିଛନ୍ତି। ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନି।

ନରସିଂହଙ୍କ ଘରେ ଧର୍ମେନ୍ଦ୍ର ପୂରା ଟିମ ସହିତ କୁଣିଆ ହେବା ନେଇ ଏବେ ରକମ ରକମର ଚର୍ଚ୍ଚା । ଯଦିଓ ଏକ ବ୍ୟବସାୟିକ ଅନୁଷ୍ଠାନର ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ଧର୍ମେନ୍ଦ୍ର, କିନ୍ତୁ ରଂଗ ବଦଳାଉଛି ଜିଳ୍ଳା ରାଜନୀତି । କାରଣ ବି ସ୍ପଷ୍ଟ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ତଥା କଂଗ୍ରେସର ବିଧାୟକ ପ୍ରାର୍ଥି ସମରେନ୍ଦ୍ର ମିଶ୍ରଙ୍କ ମାଲିକାନାରେ ଥିବା ଅଣ୍ଡା ପ୍ରୋସେସିଙ୍ଗ ୟୁନିଟ ଏକ କୃଷି ଭିତ୍ତିକ କାରଖାନା । କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବଲାଙ୍ଗିର ଜିଲ୍ଳାର ହୋଇଥିବା ବେଳେ, ଉଦଘାଟନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯୋଗଦେବା ଓ କୃଷିମନ୍ତ୍ରୀ ଅନୁପସ୍ଥିତ ରହିବା ରାଜନୀତିର ରଂଗକୁ ଗାଢ କରିଛି । ସମରେନ୍ଦ୍ର ମିଶ୍ର ୨୦୧୯ ମସିହାରେ କଂଗ୍ରେସରେ ଯୋଗ ଦେଉ ଦେଉ ଦଳରୁ ସାଂସଦ ପ୍ରାର୍ଥି ହୋଇଥିଲେ । ଆଉ ୨୦୨୪ରେ ବଲାଙ୍ଗିରରୁ ବିଧାୟକ ପ୍ରାର୍ଥି ହୋଇଥିବା ବେଳେ, ବରିଷ୍ଠ ମୁଖପାତ୍ର ବି ଅଛନ୍ତି ।

Advertisment

ସମରେନ୍ଦ୍ରଙ୍କ ବ୍ୟବସାୟିକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଓ ଜିଲ୍ଳାର ବିଜେପି ବିଧାୟକଙ୍କ ଯୋଗାଦାନକୁ ନେଇ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । କିନ୍ତୁ ବିଜେପିରେ ଯୋଗଦେବାକୁ ନେଇ, ରୋକଠୋକ ମନା କରିଥିବା ବେଳେ, ଲୋକଙ୍କ ଚିନ୍ତାଧାରା ଉପରେ ଆମର ନିୟନ୍ତ୍ରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସମରେନ୍ଦ୍ର । ବ୍ୟବସାୟିକ କାମରେ ଭିନ୍ନ ଆଦର୍ଶ ଥିବା ରାଜନେତାଙ୍କ ମେଲିକୁ ନେଇ ଦ୍ବନ୍ଦରେ ଜିଲ୍ଳା ରାଜନୀତି ଓ ରାଜନେତା । ତେଣୁ ପରଦା ପଛରେ ନରସିଂହ ଥିବା ନେଇ ଧର୍ମେନ୍ଦ୍ରଙ୍କ ସମ୍ବୋଧନ ଉପରେ ପ୍ରତିକ୍ରୀୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । କିନ୍ତୁ ବରିଷ୍ଠ ବିଜେପି ନେତାଙ୍କ ଉତ୍ତର, ରାଜନୀତିରେ କିଛି ଅସମ୍ଭବ ନୁହେଁ।

ଅଧିକ ପଢ଼ନ୍ତୁ: ୨୪ ନିର୍ବାଚନରେ କାହିଁକି ହାରିଲା ବିଜେଡି, କାରଣ କହିଲେ ନବୀନ...

Dharmendra Pradhan Narasingha Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ