ନବ ହତ୍ୟାକାଣ୍ଡରେ ନୂଆ ଫର୍ଦ୍ଦ ! ଗୋପାଳକୁ ପଚରାଉଚରା ପାଇଁ ପହଞ୍ଚିଲେ ସାଇକାଟ୍ରିଷ୍ଟ ଟିମ୍...

କ୍ରାଇମ୍‌ବ୍ରାଞ୍ଚ ଉପରେ କାହାରି ଭରସା ନାହିଁ ବୋଲି ମଧ୍ୟ ଦୋହରାଇଛନ୍ତି ଶରତ ।

Psychiatrist Will Interrogate Gopal

ଝାରସୁଗୁଡ଼ାରେ ପହଞ୍ଚିଲା ସାଇକାଟ୍ରିଷ୍ଟ ଟିମ୍ । ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ ଦାସକୁ ପଚରାଉଚରା କରାଯାଉଛି । କଟକ ଏସ୍‌ସିବିର ଏକ ୪ ଜଣିଆ ମାନସିକ ରୋଗୀ ବିଶେଷଜ୍ଞ ଟିମ୍ ଝାରସୁଡ଼ାରେ ପହଞ୍ଚି ଗୋପାଳକୁ ପଚରାଉଚରା କରୁଛନ୍ତି । ଆଜିଠୁ ପୁଣି ଆରମ୍ଭ ହୋଇଛି ଗୋପାଳର ୪ ଦିନିଆ ରିମାଣ୍ଡ । ଗତ ୧ ତାରିଖରେ ପ୍ରଥମ ଥର ଚାରି ଦିନିଆ ରିମାଣ୍ଡରେ ଆସିଥିଲା ଗୋପାଳ। ଗତକାଲି ତାହା ଶେଷ ହେବା ପରେ ଆଜିଠୁ ପୁଣି ରିମାଣ୍ଡରେ । ଶେଷ ହୋଇଥିଲା । କ୍ରାଇମବ୍ରାଞ୍ଚ  ତଦନ୍ତ ବେଳେ ପାଇଖାନା ଟାଙ୍କିରୁ ମିଳିଥିବା କାଗଜ ଟୁକୁଡ଼ାକୁ ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ପଠାଯାଇଛି ।

ଅନ୍ୟପଟେ ରାଜ୍ୟରେ ତେଜିବାରେ ଲାଗିଛି ବିରୋଧୀଙ୍କ ସ୍ୱର । ନବ ଦାସ ହସ୍ୟା ମାମଲା ଓ ତଦନ୍ତକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ବିରୋଧୀ । ସରକାରଙ୍କୁ ପ୍ରଶ୍ନ କରି ଅଡ଼ୁଆରେ ପକାଉଛନ୍ତି କଂଗ୍ରେସ ଓ ବିଜେପି । ଅଣନିଃସ୍ୱାସୀ ହେବାରେ ଲାଗିଛନ୍ତି ସରକାର । ଗୋଟିଏ ପଟେ ନରସିଂହ ମିଶ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ ନବ ଦାସ ହତ୍ୟା ଘଟଣାର ତଦନ୍ତକୁ ନେଇ ଟାର୍ଗେଟ କରିଥିବା ବେଳେ ପିସିସି ସଭାପତି ସରତ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କରିଛନ୍ତି ଟାର୍ଗେଟ । ଶରତ ପଟ୍ଟନାୟକ କହିଛନ୍ତି ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବାବେଳେ ସେ କାହିଁକି ନୀରବ ବୋଲି ପ୍ରଶ୍ନ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଉପରେ କାହାରି ଭରସା ନାହିଁ ବୋଲି ମଧ୍ୟ ଦୋହରାଇଛନ୍ତି ଶରତ ।

ଏହାସହ ନରସିଂହଙ୍କ କଥାକୁ ଦୋହରାଇ, ଜଣେ ସିଟିଂ ଜଜ୍‌ଙ୍କ ତତ୍ତ୍ୱାବଧାନରେ କିମ୍ବା ସିବିଆଇ ତଦନ୍ତ ହେଲେ ନବ ଦାସ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି । ନବ ଦାସ ହତ୍ୟାକାଣ୍ଡ ପଛରେ ବିରାଟ ଷଡ଼ଯନ୍ତ୍ର ଥିବା ଆଶଙ୍କା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। 

ସେପଟେ ବିଜେଡି କହିଛି, ଆଇନଶୃଙ୍ଖଳା ଏକ ସ୍ପର୍ଶକାତର ବିଷୟ । ରାଜ୍ୟ ସରକାର ସବୁବେଳେ ଏ ବାବଦରେ ପଦକ୍ଷେପ ନେଇଛନ୍ତି । ଯେଉଁ ଘଟଣା ଘଟୁଛି ରାଜ୍ୟ ସରକାର ଅନୁରୂପ ଭାବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦିଗରେ ଅବହେଳା କରିନାହାନ୍ତି । ଏ ସମସ୍ତ ଘଟଣାରେ ରାଜ୍ୟ ସରକାର ସତର୍କ ରହିବା ସହ ଭବିଷ୍ୟତରେ କିପରି ପ୍ରତିହତ କରାଯାଇପାରିବ ସେ ସଂକ୍ରାନ୍ତରେ ପଦକ୍ଷେପ ନେଉଛନ୍ତି । ବିରୋଧୀ ମାନେ କାହିଁକି ସନ୍ତୁଷ୍ଟ ନୁହଁନ୍ତି ସେମାନେ ହିଁ କହିପାରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା ।