Advertisment

ପ୍ରତିକ୍ଷାର ଅନ୍ତ ! ପୁଣି ମଣିପୁର ମୁଖ୍ୟମନ୍ତ୍ରୀ ହେବେ ଏନ୍. ବୀରେନ ସିଂହ

ଦଳର ହାଇକମାଣ୍ଡ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇ ସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛନ୍ତି।

N Biren Singh

N Biren Singh

Advertisment

ପୁଣି ମଣିପୁର ମୁଖ୍ୟମନ୍ତ୍ରୀ ହେବେ ଏନ୍. ବୀରେନ ସିଂହ । ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୀରେନ ସିଂହ । ମଣିପୁର ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ । ମଣିପୁରରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲ ।

Advertisment

ବିଜେପି ଏହି ଦୁଇ ରାଜ୍ୟରେ ସରାକାର ଗଠନ କରିବାକୁ ଜନମତ ପାଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଭିତରେ ଟଣାଓଟରା ଚାଲିଥିଲା। ଶେଷରେ ଦଳର ହାଇକମାଣ୍ଡ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇ ସବୁ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚେଷ୍ଟା କରିଛନ୍ତି।

ମଣିପୁର ବ୍ୟତୀତ ଗୋଆ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ କରିବ। ମଣିପୁରରେ ମୋଟ୍ ୬୦ଟି ଆସନରୁ ବିଜେପି ୩୨ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ସହ ମେଣ୍ଟ ଦଳ ୫ଟି ଆସନ ପାଇଛି । ସେହିପରି ଜେଡିୟୁ ୬ଟି, ଆଇଏନଡି ୩ଟି, କେପିଏ ୨ଟି , ଏନପିଏଫ ୫, ଏନପିଏସ ୭ ଏବଂ ସ୍ୱାଧୀନ ୩ଟି ଆସନ ପାଇଛନ୍ତି । ସରକାର ଗଢିବାକୁ ଏଠାରେ ମ୍ୟାଜିକ୍ ନମ୍ବର ୩୧ ଥିବା ବେଳେ ବିଜେପି ୩୨ଟି ଆସନ ପାଇ ସଂଖ୍ୟା ଗରିଷ୍ଠ ହାସଲ କରିଛି । ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ହେଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି ।

Advertisment

ସେପଟେ ୨୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମଣିପୁରରେ ଖାତା ଖୋଲିପାରିଛି ନୀତିଶ କୁମାରଙ୍କ ଜେଡିୟୁ । ୨୦୧୭ରେ ୨୮ଟି ଆସନ ଜିତି ସରକାର ଗଢିଥିବା କଂଗ୍ରେସ ଏଥର ଚତୁର୍ଥ ସ୍ଥାନକୁ ଖସି ଆସିଛି । ସେପଟେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଗ୍ରହଣ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜନତାଙ୍କ ଜନାଦେଶକୁ ସେ ସମ୍ମାନର ସହ ଗ୍ରହଣ କରୁଥିବା ଟ୍ୱିଟ୍ କରିଛନ୍ତି ।

Manipur Election Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ