Advertisment

EVMରେ ସାଂଘାତିକ ତ୍ରୁଟି ଥିବାରୁ ଆଜି ପୁଣି ହେବ ଭୋଟ !

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା

ଅଦ୍ୟତନ ହୋଇଛି
Voting will take place again today due to an error in the EVM

Voting will take place again today due to an error in the EVM

Advertisment

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ଥିବା ଇଭିଏମ୍‌ରେ ପ୍ରାର୍ଥୀଙ୍କ ନାଁ ଓ ଚିହ୍ନରେ ତ୍ରୁଟି ଦେଖାଦେଇଥିଲା ।

Advertisment

ଉମରକୋଟ୍ ଆସନରେ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ହୋଇଥିବା ନାଁ ନରହି ନବରଙ୍ଗପୁର ମ୍ୟୁନିସିପାଲିଟିର ପ୍ରାର୍ଥୀଙ୍କ ନାଁ ଥିବା ଦେଖିବାକୁ ମିଳିଥିଲା । ଏ କଥା ଜଣାପଡ଼ିବା ବେଳେକୁ ଇଭିଏମ୍‌ରେ ୩୯୨ଟି ଭୋଟ୍ ପଡ଼ି ସାରିଥିଲା ତେବେ ଜଣେ ଭୋଟର ଭୁଲ୍ ସଂପର୍କରେ ପ୍ରିଜାଇଡିଂ ଅଫିସରଙ୍କୁ ଜଣାଇବା ପରେ ମତଦାନ ସ୍ଥଗିତ ରହିଥିଲା ଯାହାକୁ ନେଇ ବୁଥ୍‌ରେ ଉତ୍ତେଜନା ଦେଖାଦେଇଥିଲା ପରେ ପୋଲିସ, ପୌର ଅଧିକାରୀ ଓ ନିର୍ବାଚନ ଅଧିକାରୀ ପହଞ୍ଚି ମତଦାନ ସଂପୂର୍ଣ୍ଣ ବନ୍ଦ କରିଥିଲେ ।

ସୂଚନା ଅନୁସାରେ,ଉମରକୋଟ୍ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦ ପାଇଁ ଲଢ଼େଇ କରୁଥିବା ପ୍ରାର୍ଥୀଙ୍କ ନାଁ ବଦଳରେ ସେହି ବୁଥ୍‌ରେ ନବରଙ୍ଗପୁର ମ୍ୟୁନିସିପାଲିଟିର ପ୍ରାର୍ଥୀଙ୍କ ନାଁ ଥିବା ଦେଖିବାକୁ ରହିଥିଲା । ଏଭଳି ସାଂଘାତିକ ତ୍ରୁଟି ଜଣାପଡ଼ିବା ବେଳକୁ ଇଭିଏମ୍‌ରେ ୩୯୨ଟି ଭୋଟ୍ ପଡ଼ି ସାରିଥିଲା । ତେବେ ଜଣେ ଭୋଟର ଭୁଲ୍ ସଂପର୍କରେ ପ୍ରିଜାଇଡିଂ ଅଫିସରଙ୍କୁ ଜଣାଇବା ପରେ ମତଦାନ ସ୍ଥଗିତ ରହିଥିଲା । ଯାହାକୁ ନେଇ ବୁଥ୍‌ରେ ଉତ୍ତେଜନା ଦେଖାଦେଇଥିଲା । ପରେ ସ୍ଥାନୀୟ ପୋଲିସ, ପୌର ଅଧିକାରୀ ଓ ନିର୍ବାଚନ ଅଧିକାରୀ ପହଞ୍ଚି ମତଦାନ ସଂପୂର୍ଣ୍ଣ ବନ୍ଦ କରିବା ସହ ଆଜି ପୁଣି ଥରେ ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଥିଲା ।

Advertisment
Municipal Elections 2022 Odisha Municipal Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ