କାର ଭିତରେ ଇଭିଏମ୍‌କୁ ଦେଖି ତାତିଲେ ଲୋକେ

କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି ।

କାର ଭିତରେ ଇଭିଏମ୍‌କୁ ନେଇ ଉତ୍ତେଜନା

ନିର୍ବାଚନ ସେକ୍ଟର ଅଫିସରଙ୍କ କାର ଭିତରେ ଇଭିଏମ୍‌କୁ ନେଇ ଉତ୍ତେଜନା ଦେଖାଯାଇଛି । ବ୍ରହ୍ମପୁର ମହାନଗର ନିଗମ ୪୦ ନମ୍ବର ଓ୍ୱାର୍ଡ ଆଙ୍କୁଲି ବାଉରୀ ସାହି ସ୍ଥିତ ୨୩୩ ନମ୍ବର ବୁଥରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି ।

ଏନେଇ ଅଧିକାରୀ କହିଛନ୍ତି ଯେ, ପ୍ରତି ସେକ୍ଟର ଅଫିସରଙ୍କୁ ୧୦ଟି ବୁଥର ଦାୟିତ୍ୱ ଦିଆଯାଇଛି । ସେମାନେ ଇଭିଏମ ତ୍ରୁଟି ଯାଞ୍ଚ କରିବେ ଯଦି କେଉଁଠି ଅସୁବିଧା ଥାଏ, କିମ୍ବା ଅଚଳ ହେଲେ ଏହାକୁ ବ୍ୟବହାର କରାଯାଇପାରିବ ତେବେ ଲୋକଙ୍କ ବିରୋଧ ପରେ ଅଧିକାରୀ ସେହି ଇଭିଏମକୁ ଫେରାଇ ନେଇଥିଲେ ।

ଅନ୍ୟପକ୍ଷେ, ଆଜି ପୌର ନିର୍ବାଚନ ପାଇଁ ମତଦାନ ଚାଲିଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏଥର ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି ।