Advertisment

ଏପ୍ରିଲ ୫ରେ ଧାମନଗରର ୬ଟି ବୁଥ୍‌ରେ ରି-ପୋଲ୍

ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି।

undefined

Voting

Advertisment

ଏପ୍ରିଲ ୫ରେ ଧାମନଗର NACରେ ହେବ ପୁନଃ ନିର୍ବାଚନ । ୬ଟି ବୁଥ୍‌ରେ ୫ ତାରିଖରେ ରି-ପୋଲ୍ ପାଇଁ SECଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି । ୨ ନମ୍ବର ୱାର୍ଡର ୩ ନମ୍ବର ବୁଥ୍‌ରେ ରି-ପୋଲ୍ ହେବ। ୱାର୍ଡ-୫ର ୮ ଓ ୯ ନମ୍ବର ବୁଥ୍, ୱାର୍ଡ-୯ର ବୁଥ୍ ୧୬ରେ, ୱାର୍ଡ ନଂ୧୦ର ୧୭ ଓ ୧୮ ବୁଥ୍‌ରେ ରି-ପୋଲ୍ ହେବ । ତେବେ ୫ ତାରିଖରେ ଭୋଟ୍ ଗ୍ରହଣ ହୋଇ ୬ ତାରିଖରେ ଗଣତି ହେବ ।

Advertisment

ମାର୍ଚ୍ଚ ୨୪ ତାରିଖରେ ରାଜ୍ୟରେ ସମସ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାମନଗର ଏନ୍‌ଏସିର ଏହି ସବୁ ବୁଥ୍‌ରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା କାରଣରୁ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ତେଣୁ ୨୫ ତାରିଖରେ ରାଜ୍ୟ ନିର୍ବାଚନ କମିଶନ ଧାମନଗର ଏନ୍‌ଏସିର ସମସ୍ତ ୱାର୍ଡର କାଉନ୍‌ସିଲର ଓ ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଗଣତିକୁ ବାତିଲ କରି ଦେଇଥିଲେ।

ସୂଚନାଯୋଗ୍ୟ,୧୦୫ଟି ମ୍ୟୁନିସିପାଲିଟି ଓ ଏନ୍‌ଏସିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ସେଥିରୁ ୭୩ଟି ବିଜେଡି ହାତେଇଥିବା ବେଳେ ବିଜେପିକୁ ମିଳିଛି ୧୬ଟି ଆସନ। କଂଗ୍ରେସକୁ ୭ଟିର ଅଧ୍ୟକ୍ଷ ପଦ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୯ଟି ଅଧ୍ୟକ୍ଷ ପଦ ହାତେଇଛନ୍ତି। ସେହିପରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ହୋଇଥିବା ମେୟର ନିର୍ବାଚନରେ ବିଜେଡି ମାରିଛି ବାଜି।

Advertisment
Municipal Election 2022 Re-Polling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ