Advertisment

ପରାଜିତ ବିଜେପି,ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ; ଗାଡ଼ି ସବୁ ବାଡ଼େଇକି ଗୁଣ୍ଡ କଲେ ଦୁର୍ବୃତ୍ତ

ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍‌ମାର୍‌ କରିଛନ୍ତି।

ଅଦ୍ୟତନ ହୋଇଛି
Post Municipal Poll Violence In Berhampur

Post Municipal Poll Violence In Berhampur

Advertisment

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣିନୂଆଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍‌ମାର୍‌ କରିଛନ୍ତି।

Advertisment

ସୂଚନା ଅନୁସାରେ, ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ LIG -୯୪ ଷ୍ଟେଜ୍‌ ୨ରେ ଏହି ଘଟଣା ଘଟିଛି। ପୂର୍ବତନ କର୍ପୋରେଟର ତଥା ୧୨ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ବିରେନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀ ସସ୍ମିତା ଦାସ ଏଥର ନିର୍ବାଚନ ଲଢ଼ିଥିଲେ। ଗତକାଲି ନିର୍ବାଚନ ଫଳାଫଳ ବାହାରିଥିଲା ଓ ଉଭୟ ପରାଜିତ ହୋଇଥିଲେ। 

ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟାରେ ଘରେ ଶୋଇ ଥିବାବେଳେ ବିରେନଙ୍କ ଘର ସାମ୍ନାରେ ଦୁର୍ବୃତ୍ତମାନେ ଆତଙ୍କରାଜ ସୃଷ୍ଟି କରିଥିଲେ। ଏକ କାର୍‌ରେ କିଛି ଦୁର୍ବୃତ୍ତ ଆସି ବିରେନଙ୍କ ଘର ବାହାରେ ଥିବା ବାଇକକୁ ପଥରରେ ଛେଚି ଭାଙ୍ଗି ଥିଲେ। ଏହାସହ ଦୁର୍ବୃତ୍ତମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।ବାହାରେ ଏତେ ଜୋରରେ ପାଟି ଶୁଭୁଥିବା ଦେଖି ବିରେନ ନିଜ ମୋବାଇଲରେ ତାର ଭିଡିଓ ଉତ୍ତୋଳନ କରିଥିଲେ। ଦୁର୍ବୃତ୍ତମାନେ କିଏ ସେମାନଙ୍କ ସମ୍ପର୍କରେ କିଛି ଜଣାପଡ଼ିନି। ଅନ୍ୟପକ୍ଷଷ, ଏଭଳି ଆତଙ୍କରାଜ ପରେ ସୁରକ୍ଷା ପାଇଁ ବିରେନ ନିବେଦନ କରିଛନ୍ତି। 

Advertisment

ସୂଚନାଥାଉ କି, ନିର୍ବାଚନରେ ବିରେନଙ୍କୁ ବିଜେଡି ଟିକେଟ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ। ଏନେଇ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକେ ଅସନ୍ତୁଷ୍ଟ ଥିଲେ। 

Post Poll Violence Municipal Elections Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ