Advertisment

ପ୍ରଚାରରେ ରହିବନି କୋଭିଡ୍‌ କଟକଣା, ହେଲେ ସଂକ୍ରମଣ ବଢ଼ିଲେ...

ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି।

ଅଦ୍ୟତନ ହୋଇଛି
Odisha SEC on Municipal Elections 2022

Odisha SEC on Municipal Elections 2022

Advertisment

ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ। ରାଜ୍ୟରେ କୋଭିଡ୍ ସଂକ୍ରମଣ କମୁ ଥିବାରୁ ରାଜ୍ୟ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। 

Advertisment

ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି। ଏଥର ମୋଟ୍‌ ୧୮ଶହ ୯୯ଟି ଓ୍ୱାର୍ଡରେ ପୌର ନିର୍ବାଚନ ହେଉଛି। ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୭ ଶହ ୩୧ ଓ ୩ ମହାନଗରର ୧୬୧ଟି ଓ୍ୱାର୍ଡରେ ଭୋଟ୍‌ ଗ୍ରହଣ ହେବ। ଏଥିପାଇଁ ୪ ହଜାର ୪୭୫ଟି ବୁଥ୍‌ କରାଯିବ। ୪୨ ଲକ୍ଷ ଭୋଟର ନିର୍ବାଚନରେ ଭୋଟ୍‌ ଦେବେ।

ଆଜି ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଆସନ୍ତା ୧୪ ତାରିଖ ଦିନ ୩ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ନିର୍ବାଚନ ଇଭିଏମ୍‌ରେ ହେଉଥିବାରୁ ୩ଟି ଷ୍ଟ୍ରଙ୍ଗରୁମ୍‌ ବ୍ୟବସ୍ଥା ହୋଇଛି। ଗୋଟିଏ ଷ୍ଟ୍ରଙ୍ଗ ରୁମରେ କାଉନସିଲର କିମ୍ବା କର୍ପୋରେଟରଙ୍କ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ। ଅନ୍ୟ ଷ୍ଟ୍ରଙ୍ଗରୁମ୍‌ରେ ମେୟର ଓ ଚେୟାରମ୍ୟାନଙ୍କ ପାଇଁ ଭୋଟ୍‌ ଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ।

Advertisment

ତୃତୀୟ ଷ୍ଟ୍ରଙ୍ଗରୁମ୍‌ରେ ରିଜର୍ଭ EVMକୁ ରଖାଯିବ ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ପଞ୍ଚାୟତ ନିର୍ବାଚନରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୩ ଜଣ ପୋଲିଂ ଅଧିକାରୀ ଥିବାବେଳେ ଏଥର ପୌର ନିର୍ବାଚନରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୪ ଜଣ ପୋଲିଂ ଅଧିକାରୀ ନିୟୋଜିତ ହେବେ। ନିର୍ବାଚନ ପରିଚାଳନାରେ ନିୟୋଜିତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ଚାହିଁଲେ ବାଲାଟ ପେପରରେ ଭୋଟ୍‌ ଦେଇପାରିବେ। ନିର୍ବାଚନ ଦାୟିତ୍ୱରେ ଯିବା ପୂର୍ବରୁ ଭୋଟ୍ ଦେଇପାରିବେ। ତେବେ ଏଥିପାଇଁ ସେମାନଙ୍କୁ ପୂର୍ବରୁ ଆବେଦନ କରିବାକୁ ପଡ଼ିବ।  ...  

Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ