Advertisment

ରାଜ୍ୟରେ ବଢୁଥିବା ହିଂସାକୁ ନେଇ ଧର୍ମେନ୍ଦ୍ରଙ୍କ ତୀବ୍ର ନିନ୍ଦା, କହିଲେ- ପଶ୍ଚିମବଙ୍ଗ ରାସ୍ତାରେ ଗତି କରୁଛି ଓଡ଼ିଶା

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ଅଦ୍ୟତନ ହୋଇଛି
sOdisha Going Bengal Way In Violence says Dharmendra Pradhan

Odisha Going Bengal Way In Violence says Dharmendra Pradhan

Advertisment

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୋଲିସର ତଦନ୍ତ ପ୍ରକ୍ରିୟା ଜନମାନସରେ ସନ୍ଦେହ ସୃଷ୍ଟି କରୁଛି ଏବଂ ଏହା ସୁସ୍ଥ ସମାଜରେ ଶୋଭନୀୟ ନୁହେଁ ବୋଲି ଟ୍ୱିଟ୍ କରି ଏହି ମାମଲାରେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Advertisment

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ଥିଲା। ଏହି ଛାତିଥରା ଦୃଶ୍ୟ ରାଜ୍ୟବାସୀଙ୍କୁ କଷ୍ଟ ଦେଇଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ବିଧାୟକ ନିଜେ ଚଳାଉଥିବା ଗାଡ଼ିର ଦୃଶ୍ୟ ଓ ଗାଡ଼ି ନମ୍ବର ରାଜ୍ୟର ଗଣମାଧ୍ୟମ ଦ୍ୱାରା ପ୍ରସାରିତ ହୋଇଥିଲା। ପୋଲିସ୍‌ ପ୍ରଶାସନ ନିଜ ଆଡ଼ୁ ଏଫଆଇଆର୍ ରୁଜୁ କରିଥିଲେ। ମାତ୍ର ସର୍ବସାଧାରଣଙ୍କ ଦୃଷ୍ଟିରେ ଥିବା ସେହି ଗାଡ଼ି ନମ୍ବର ବଦଳରେ ଭିନ୍ନ ଏକ ଗାଡ଼ିର ନମ୍ବର ଏହି ଏଫଆଇଆରରେ ଉଲ୍ଲେଖ ରହିଛି। ପୋଲିସ୍‌ର ଏହି କାର୍ଯ୍ୟ ଜନମାନସରେ ସନ୍ଦେହ ସୃଷ୍ଟି କରୁଛି, ଯାହା ଏକ ସୁସ୍ଥ ସମାଜରେ ଅଶୋଭନୀୟ। ଓଡ଼ିଶାର ପୋଲିସ ଏବଂ ପ୍ରଶାସନ ଏଭଳି ଜଣେ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇ ଖସାଇବା ପାଇଁ ଅପଚେଷ୍ଟା କରିବା ତଥା ଓଡ଼ିଶା ଭଳି ରାଜ୍ୟରେ ବାରମ୍ବାର ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେତାଙ୍କୁ ସୁରକ୍ଷା ଦେବା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Advertisment

ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ସରକାରଙ୍କ ଛତ୍ରଛାୟାରେ ପ୍ରତିଦିନ ଯେଉଁଭଳି ଭାବରେ ହିଂସାକାଣ୍ଡ ଘଟୁଛି, ଠିକ୍ ସେହିପରି ଓଡ଼ିଶାରେ ଘଟୁଥିବା ରାଜନୈତିକ ହିଂସା, ନୟାଗଡ଼ର ଯୁବକ ମାନସର ରହସ୍ୟଜନକ ହତ୍ୟା, ହିଞ୍ଜିଳି ରାଜରାସ୍ତାରେ ର୍ନିମମ ହତ୍ୟା ଘଟଣାରୁ ଜଣାପଡ଼ୁଛି ଯେ ଓଡ଼ିଶା ପଶ୍ଚିମବଙ୍ଗ ରାସ୍ତାରେ ଗତି କରୁଛି। ଯାହା ଉଦ୍‌ବେଗର ବିଷୟ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  

Advertisment

Union Minister Dharmendra Pradhan Chilika MLA Prashant Jagdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ