Advertisment

ନାମାଙ୍କନ ଦାଖଲ କଲେ ପୁରୁଖା ନେତା: ବାଜା, ବାଣ, ରୋଷଣିରେ ଦୁଲୁକିଲା ରାଜଧାନୀ

ନାମାଙ୍କନ ଦାଖଲର ଶେଷ ଦିନରେ ଦେଖିବାକୁ ମିଳିପାରେ ରୋଚକ ଚିତ୍ର।

ଅଦ୍ୟତନ ହୋଇଛି
ULB poll

ULB poll

Advertisment

ବାଜା, ବାଣ, ରୋଷଣି ଭିତରେ ନାମାଙ୍କନ ଦାଖଲ। ପୂର୍ବରୁ ଖାଁ ଖାଁ ରହୁଥିବା ଏଡିଏମ୍ ଅଫିସ୍ ଆଜି ଦୁଲିକିଛି। ଆସନ୍ତାକାଲି ପୌର ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ଦିନକ ପୂର୍ବରୁ ଭୁବନେଶ୍ୱରରେ ହାଇପ୍ରୋଫାଇଲ୍ ପ୍ରାର୍ଥୀ ଶୋଭାଯାତ୍ରାରେ ଯାଇ ଆଜି ନାମାଙ୍କନ ଭରିଛନ୍ତି। ଶାସକ ଦଳରପୁରୁଖା ନେତା ଅମରେଶ ଜେନା, ମହାମାୟା ସ୍ୱାଇଁ, ପୂର୍ବତନ ଡେପୁଟି ମେୟର କେ.ଶାନ୍ତି, ମିହିର ରାଉତ ପ୍ରମୁଖ ଆଜି ବଡ ପଟୁଆରରେ ଯାଇ କର୍ପୋରେଟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Advertisment

ସେହିପରି ବିଜେପିର ପ୍ରଭାତି ବେହେରା, ବୈଜୟନ୍ତୀ ଜେନା, ସୁଜାତା ଛୋଟରାୟ, କୃଷ୍ଣଚନ୍ଦ୍ର ବଟୁ ପ୍ରମୁଖ ଜିଲ୍ଲା ସଭାପତି ବାବୁ ସିଂ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ ବିଶାଳ ଶୋଭାଯାତ୍ରାରେ ଯାଇ କର୍ପୋରେଟର ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତଥା କଂଗ୍ରେସ ନେତା ଓ ସମର୍ଥକଙ୍କ ଗହଣରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବିଜେପି ଓ ବିଜେଡିର ମେୟର ପ୍ରାର୍ଥୀ ସୋମାବାର ନାମାଙ୍କନ ପତ୍ର ଦାଖଲ କରିବେ। ବାମଦଳ, ଆମ୍ ଆଦମୀ ପାର୍ଟି ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସମସ୍ତଙ୍କ ଦମ୍ଭ ଆମେ ଜିତିବୁ।

ସେପଟେ କଟକ ମହାନଗର ନିଗମ ଲାଗି ବିଜେପି ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ କରିଛି ଦଳ। ତାଙ୍କ ଲୋକପ୍ରିୟତାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବା ଲାଗି ଆଶା ରଖିଛି ଦଳ। ସେପଟେ ବିଜେପି, ବିଜେଡି ଓ କଂଗ୍ରେସ ଦଳର କର୍ପୋରେଟର ପ୍ରାର୍ଥୀମାନେ ଆଜି ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବାବେଳେ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ ବି କରିଛନ୍ତି। କଂଗ୍ରେସର କଟକ ମେୟର ପ୍ରାର୍ଥିନୀ ଗିରିବାଳା ବେହେରା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବ୍ରହ୍ମପୁରରେ ବିଜ଼େଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳାଇ ଆଜି ଫର୍ମ କିଣି ନେଇଥିବାବେଳେ ଆସନ୍ତାକାଲି ଦାଖଲ କରିବେ। 

Advertisment

ଦଳ ଡିଆଁ ପର୍ବକୁ ରୋକିବା ଲାଗି ଏଯାଏ ଶାସକ ବିଜେଡି ପକ୍ଷରୁ ଓ୍ୱାର୍ଡ ଓ୍ୱାରୀ ଟିକେଟ ତାଲିକା ଦିଆଯାଇନି। ଏବେବି ଆଶାୟୀଙ୍କ ଭିତରେ ଶଙ୍କା। ସେପଟେ ବିଜେପି ଓ କଂଗ୍ରେସ ଟକ୍କର ଦେବାକୁ ଶେଷ ମୁହୂର୍ତ୍ତରେ ଅଙ୍କ କଷା ଜାରି ରଖିଛନ୍ତି। ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ଦେଖିବାକୁ ମିଳିପାରେ ରୋଚକ ଚିତ୍ର।

ରିପୋର୍ଟ: ଦେବାଶିଷ ମହାନ୍ତି, ବିଶ୍ୱଜିତ ଆଚାର୍ଯ୍ୟ, ଅଶୋକ ବ୍ରହ୍ମା ଓ ଜଗଦୀଶ ଦାସ

Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ