ପୌର ନିର୍ବାଚନ ପାଇଁ ସରଗରମ ପ୍ରଚାର ମଇଦାନ । ଆସନ୍ତାକାଲି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ଏହା ପୂର୍ବରୁ ହିଁ ପ୍ରଚାରରେ ଲାଗିପଡିଛନ୍ତି ପ୍ରାର୍ଥୀ । ବିଜେପି ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି ।
ରାଜଧାନୀ ଭୁବନନେଶ୍ୱରରେ ମେୟର ପ୍ରାର୍ଥୀନୀ ସୁନୀତି ମୁଣ୍ଡଙ୍କ ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାର କରୁଥିବାବେଳେ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାଶ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଚାର ମଇଦାନରେ ପଛରେ ପଡ଼ିନାହାନ୍ତି କଂଗ୍ରେସ ପ୍ରାର୍ଥୀନି ମଧୁସ୍ମିତା ଆଚାର୍ଯ୍ୟ ସେ ମଧ୍ୟ ନିଜ ସମର୍ଥକଙ୍କୁ ଧରି ପ୍ରଚାର ଚଳାଇଛନ୍ତି ।
Also Read
ସେହିପରି,କଟକ ଓ ବ୍ରହ୍ମପୁରରେ ମଧ୍ୟ ପ୍ରଚାର ସରଗରମ ହୋଇଛି । କଂଗ୍ରେସ, ବିଜେପି, ବିଜେଡି ନିଜ ନିଜ ଷ୍ଟାର୍ ପ୍ରଚାରକ ମାନେ ଏବେ ଘର ଘର ବୁଲି ପ୍ରଚାର କରୁଛନ୍ତି । ସେପଟେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଏମ୍ବିଏ ଛାତ୍ରୀ ସି.ପ୍ରିୟଙ୍କା ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ହୋଇଛନ୍ତି । ଦିଲ୍ଲୀରେ କେଜରିୱାଲଙ୍କ ଭଳି ବ୍ରହ୍ମପୁରରେ ଲୋକଙ୍କୁ ସୁବିଧା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇ ସେ ଭୋଟ୍ ଭିକ୍ଷା କରୁଛନ୍ତି ।
ଅନ୍ୟପକ୍ଷେ, ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଜୋର୍ ଧରିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି । ହାତରେ ଦିନ କମ୍ ଥିବାରୁ କେହି ସମୟ ନଷ୍ଟ ନ କରି ପ୍ରଚାରରେ ମାତିଛନ୍ତି । ଆସନ୍ତା ୧୪ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ର୍ହୋଇଛି । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ ରାଜ୍ୟର ୧୦୬ଟି ମ୍ୟୁନିସପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ହେବ ଭୋଟ୍ ।