Advertisment

ଚାଲିଚାଲି ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଲେ ନବୀନ

ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୫୩ ନମ୍ବର ୱାର୍ଡରେ ଆଜି ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି।

ଅଦ୍ୟତନ ହୋଇଛି
CM Naveen Patnaik Casts His Vote

CM Naveen Patnaik Casts His Vote

Advertisment

ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୌର ନିର୍ବାଚନରେ ଭୋଟ୍‌ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ୫୩ ନମ୍ବର ୱାର୍ଡରେ ଆଜି ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି। 

Advertisment

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଚାଲିଚାଲି ଏରୋଡ୍ରମ୍ ୟୁପି ସ୍କୁଲର ୫୪୪ ନମ୍ବର ବୁଥ୍‌ରେ ଭୋଟ୍‌ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭୋଟ୍‌ଦାନ ପାଇଁ ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।  

ପୌର ନିର୍ବାଚନ ଲାଗି ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଶେଷ ହେବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏଥର ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି। 

Advertisment
CM Naveen Patnaik Municipal Elections 2022 Odisha Municipal Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ