Advertisment

ଆଜି ଭୁବନେଶ୍ୱର ଡେପୁଟି ମେୟର ନିର୍ବାଚନ; କିଏ ପିନ୍ଧିବ ମୁକୁଟ ?

ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁରୀ ମେୟର ନିର୍ବାଚନ । ଦିନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।

ଅଦ୍ୟତନ ହୋଇଛି
BMC Deputy Mayor Election Today, Process To Begin At 10 AM | Bhubaneswar

BMC Deputy Mayor Election Today, Process To Begin At 10 AM | Bhubaneswar

Advertisment

ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁରୀ ମେୟର ନିର୍ବାଚନ । ଦିନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ସକାଳ ସାଢେ ୯ଟାରେ ବିଏମ୍‌ସି କାର୍ଯ୍ୟାଳୟରେ ମେୟର ଓ ୬୭ ଜଣ ନିର୍ବାଚିତ କର୍ପୋରେଟରଙ୍କ ଶପଥ ପାଠ ଅନୁଷ୍ଠିତ ହେବ ।

Advertisment

ପୌର ପ୍ରଶାଶକ ମେୟର ଏବଂ ସମସ୍ତ କର୍ପୋରେଟରଙ୍କୁ ଶପଥ ପାଠ କରାଇବେ । ଏହାପରେ ସକାଳ ୧୦ଟାରୁ ୧୧ଟା ଯାଏ ଡେପୁଟୀ ମେୟର ପାଇଁ ନାମାଙ୍କନ ଦାଖଲ ହେବ ।

ସୂଚନା ଅନୁସାରେ, ଦିନ ୧୧ଟାରୁ ୧୨ଟା ଯାଏଁ ନାମାଙ୍କନ ପତ୍ର ଯାଞ୍ଚ ହେବ । ଦିନ ଗୋଟାଏ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାର ହେବ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ ଦିନ ସାଢେ ଗୋଟାଏରୁ ସାଢେ ୩ଟା ଯାଏ ଭୋଟ ନିଆଯିବ ।

Advertisment

ତେବେ କିଏ ହେବ ବିଜେଡିର ମେୟର ପ୍ରାର୍ଥୀ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମେୟର ଭାବେ ସୁଲୋଚନା ଦାସ ନିର୍ବାଚିତ ହେବା ପରେ ଡେପୁଟି ମେୟର ଭାବେ ସଂଖ୍ୟାଲଘୁ ଓ ଅନୁସୂଚିତ ଜନଜାତି ବର୍ଗର ପୁରୁଷ ଚେହେରାଙ୍କୁ ସୁଯୋଗ ମିଳିପାରେ କଟକ ଭଳି ବସ୍ତିରୁ ନିର୍ବାଚିତ କର୍ପୋରେଟରଙ୍କୁ ସୁଯୋଗ ମିଳିପାରେ । ଡେପୁଟୀ ମେୟର ରେସ୍‌ରେ ଅନେକ ପ୍ରାର୍ଥୀ ଅଛନ୍ତି । ଭୁବନେଶ୍ୱର ପଲିଟିକାଲ ହଟସ୍ପଷ୍ଟ ହୋଇଥିବାରୁ ଜଣେ ପୁରୁଖା କର୍ପୋରଟର୍ଙ୍କୁ ମଧ୍ୟ ଏହି ପଦଲାଗି ଚୟନ କରାଯାଇପାରେ ।

Bhubaneswar BMC Deputy Mayor Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ