Advertisment

ନୂଆପଡାରେ ମାଟି କାମୁଡିଲା ବିଜେଡି; ହୋମ୍ ଟାଉନରେ ହାରିଲେ ସାଂସଦ-ବିଧାୟକ

ନୂଆପଡା ଜିଲ୍ଲାର ୩ଟି ଏନ୍‌ଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଏଠାରେ ଚିତ୍‌ପଟାଙ୍ଗ ମାରିଛି ବିଜେଡି। ରାଜ୍ୟରେ ବିଜେଡିର ଦବଦବା ଥିବାବେଳେ ନୂଆପଡାରେ ମାଟି କାମୁଡି ପଡିଛି ଦଳ।

ଅଦ୍ୟତନ ହୋଇଛି
BJD fall down in Nuapada

BJD fall down in Nuapada

Advertisment

ଆଜି ପ୍ରକାଶ ପାଇଛି ପୌର ଭୋଟ ଗଣତିର ଫଳାଫଳ । ନୂଆପଡା ଜିଲ୍ଲାର ୩ଟି ଏନ୍‌ଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଏଠାରେ ଚିତ୍‌ପଟାଙ୍ଗ ମାରିଛି ବିଜେଡି। ରାଜ୍ୟରେ ବିଜେଡିର ଦବଦବା ଥିବାବେଳେ ନୂଆପଡାରେ ମାଟି କାମୁଡି ପଡିଛି ଦଳ।

Advertisment

ଜିଲ୍ଲାରେ ଶାସକ ବିଜୁ ଜନତା ଦଳ ଗୋଟିଏ ବି ପରିଷଦ ହାତେଇ ପାରି ନ ଥିବା ବେଳେ ବିଜେପି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦ ହାତେଇଛନ୍ତି । ନୂଆପଡା ଏନ୍‌ଏସିରେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ, ଖରିଆର୍‌ରୋଡ୍‌ ଏନ୍‌ଏସିରେ ବିଜେପିର ସୋନିଆ ଜୈନ ଓ ଖଡିଆଳ ଏନ୍‌ଏସିରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ ହୋଇଛନ୍ତି ।

କଳାହାଣ୍ତି ସାଂସଦଙ୍କ ହୋମ୍‌ ଟାଉନ ନୂଆପଡା ସଦର । ଏହି ଏନ୍‌ଏସିରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ଥିଲେ ସାଂସଦଙ୍କ ବଡ ପୁଅ ଅଭିନନ୍ଦନ ପଣ୍ତା । ତାଙ୍କୁ ବିଜେଡି ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ୧୨୬୬ ଭୋଟ୍‌ରେ ପରାଜିତ କରିଛନ୍ତି । ସେହିପରି ଖରିଆର୍‌ରୋଡ୍‌ ଏନ୍‌ଏସି ହେଉଛି ନୂଆପଡା ବିଧାୟକ ତଥା ଟାଣୁଆ ବିଜେଡି ନେତା ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ହୋମ୍‌ ଟାଉନ୍ ।

Advertisment

ବିଜେଡି ବିଧାୟକ ନିଜ ଅଞ୍ଚଳକୁ ସୁରକ୍ଷା କରିବାରେ ଅକ୍ଷମ ହେବାରୁ ନିଜ ହୋମ୍‌ ଟାଉନ୍‌ରେ ପଦ୍ମ ଫୁଟିଛି । ବିଜେପିର ସୋନିଆ ଜୈନ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସୁନୀତା ଜୈନଙ୍କୁ ୮୮୬ ଭୋଟ୍‌ରେ ପରାଜିତ କରିଛନ୍ତି । ସେହିପରି ଖଡିଆଳ ଏନ୍‌ଏସି ହେଉଛି ଖଡିଆଳ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ହୋମ୍‌ ଟାଉନ । ଏଠାରେ କଂଗ୍ରେସ ପରିଷଦ ହାତେଇ ନେଇଛି । ଜିଲ୍ଲାର ୩ଟି ପୌର ପରିଷଦରେ ବିଜେଡି ପରାଜୟର ସ୍ୱାଦ ଚାଖିଥିବା ବେଳେ କଂଗ୍ରେସ ଓ ବିଜେପି ମୁହଁରେ ହସ ଫୁଟିଛି।

(ରିପୋର୍ଟ: ନୂଆପଡାରୁ ମାୟାଧର ସରାଫ)

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ