ରାଜଧାନୀରେ ଶିକ୍ଷକଙ୍କ ହଲ୍ଲାବୋଲ୍ ! ଦୁଇ ଦିନରେ ନିଷ୍ପତ୍ତି ନବଦଳାଇଲେ ପରୀକ୍ଷା ବର୍ଜନ

ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଭୁବନେଶ୍ୱର ଲୋୟର ପିଏମଜିରେ ଶିକ୍ଷକ ସଂଘର ବିଶାଳ ସମାବେଶ । ଓଡ଼ିଶା ସରକାରୀ ହାଇସ୍କୁଲ NPS ସଂଘ ପକ୍ଷରୁ ରାଲି କରି ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦରେ ଅବିଚାର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ସରକାର କହିଥିଲେ ୨୦୦୪ ପରଠାରୁ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ରେଗୁଲାର କରାଯିବ । ମାତ୍ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଅସଙ୍ଗତି ରହିଛି । ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।