Advertisment

ମା'ଙ୍କ ମୂର୍ତ୍ତି ଛୋଟ ଅର୍ଥ ଏହା ବିଘ୍ନ: ଭର୍ତ୍ତୃହରି

ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକ ବସିଥିଲା। ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ବି ହୋଇଥିଲା। ଶାନ୍ତି କମିଟି ବୈଠକରେ ମୂର୍ତ୍ତି ଉଚ୍ଚତା ସଂପର୍କରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ।

MP bhartruhari mahtab

MP bhartruhari mahtab

Advertisment

କଟକ: ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ। ଶାନ୍ତି କମିଟି ବୈଠକରେ ଏହି ମତ ରଖିଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ତେବେ ମୂର୍ତ୍ତିକୁ ୪ ଫୁଟରେ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ହାସ୍ୟାସ୍ପଦ ବୋଲି କହି ଆଉ ଦୁଇ ଫୁଟ ଅଢ଼େଇ ଫୁଟରେ କଣ କରୋନା ଡରି ପଳାଉଛି ବୋଲି ତାଛଲ୍ୟ କରିବାକୁ ବି ପଛାଇ ନାହାନ୍ତି ଭର୍ତ୍ତୃହରି। ଏପରିକି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଯେ କେହି କୋର୍ଟ ଯାଇପାରନ୍ତି ବୋଲି ମଧ୍ୟ ସେ ମତ ରଖିଛନ୍ତି। 

Advertisment

ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକ ବସିଥିଲା ଓସିଏ କନ୍ଫରେନ୍ସ ହଲ୍‌ରେ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ରାଜନେତାଙ୍କ ଉପସ୍ଥିତିରେ ବସିଥିବା ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍‌ଦାର ହୋହଲ୍ଲା ବି ହୋଇଥିଲା। ଶାନ୍ତି କମିଟି ବୈଠକରେ ମୂର୍ତ୍ତି ଉଚ୍ଚତା ସଂପର୍କରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ।

ସେ ଆହୁରି କହିଛନ୍ତି ଯେ କଟକର ସବୁଠାରୁ ଉଚ୍ଚ ମୂର୍ତ୍ତି ବିନୋଦ ବିହାରୀରେ ଯାହାର ଉଚ୍ଚତା ସାଢେ ୭ ଫୁଟ। ବିନୋଦ ବିହାରୀ ବ୍ୟତୀତ ଅନ୍ୟ ମଣ୍ଡପରେ ମୂର୍ତ୍ତି ଉଚ୍ଚତା ପ୍ରାୟ ୬ ଫୁଟ। ଆଉ ୨ ଫୁଟ ଅଢେଇ ଫୁଟରେ କଣ କରୋନା ଡରି ପଳଉଛି ବୋଲି ଭର୍ତ୍ତୃହରି କହିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହାସ୍ୟାସ୍ପଦ। ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଯେକେହି କୋର୍ଟ ଯାଇପାରନ୍ତି, ଅଟକାଇ ପାରିବାନି। ସମୟ କମ୍ ଥିବାରୁ ସରକାରଙ୍କ ନିକଟରେ ଯୁକ୍ତି ଉପସ୍ଥାପନର ପ୍ରସ୍ତାବ ରଖିଛନ୍ତି।

Advertisment

 ଆଜି ବସିଥିବା ବୈଠକରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠିଛି। ୧୬ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ନିବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୂର୍ତ୍ତି ଉଚ୍ଚତା ଓ ପରଦା କଟକଣା ହଟାଇବାକୁ ଆଉଥରେ ନିବେଦନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।  

Odisha News Durga Puja COVID In Festive Seasons
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ