Advertisment

ହଟହଟା ପରେ ପୁରୀରେ ପହଞ୍ଚିଲେ ଅପରାଜିତା, ବଡ଼ଦାଣ୍ଡରେ କଲେ ପଦଯାତ୍ରା

ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ୍‌ ଅଟକାଇ ଥିଲା। ଏହାପରେ ସାଂସଦ ଅପରାଜିତା ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।

ଅଦ୍ୟତନ ହୋଇଛି
undefined

Aparajita Sarangi

Advertisment

ଶେଷରେ ପୁରୀରେ ପହଞ୍ଚିଲେ ଅପରାଜିତା । ଅନେକ ବାଧା ବିଘ୍ନ ସତ୍ତ୍ୱେ ପୁରୀ ବଡ଼ ଦାଣ୍ଡରେ ଅପରାଜିତା ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରା କଲେ ଅପରାଜିତା । ସାଥିରେ ଥିଲେ ଶହ ଶହ ଲୋକ । ସବୁ ଦଳର ନେତା ଓ କର୍ମୀ ବି ସାମିଲ ଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମଧ୍ୟ ଅପରାଜିତାଙ୍କ ସହ ସାମିଲ ହୋଇଥିବା ଦେଖାଯାଇଥିଲା । ଡାକ୍ତରଖାନା ଛକରେ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ମନ୍ଦିର ଅଭିମୁଖେ ଆରମ୍ଭ କରିଥିଲେ ଯାତ୍ରା ।

Advertisment

ସୂଚନାଯୋଗ୍ୟ, ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ୍‌ ଅଟକାଇ ଥିଲା। ଏହାପରେ ସାଂସଦ ଅପରାଜିତା ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। କିଛି ବାଟ ଚାଲି ଚାଲି ଯିବା ପରେ, ପ୍ରଶାସନର ଅନୁମତି କ୍ରମେ ଗାଡ଼ିରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ମାଳତିପାଟପୁର ନିକଟରୁ ପୁଣି ଗାଡ଼ିରେ ଯିବାକୁ ଅନୁମତି ମିଳିଲା। ଗାଡ଼ିରେ ଯାଇ ଅପରାଜିତା ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରା କରିଥିଲେ । ଡାକ୍ତରଖାନା ଛକରୁ ଶହଶହ ସମର୍ଥକଙ୍କ ଗହଣରେ ପଦଯାତ୍ରା ବାହାରିଥିଲା ।

ଏହି ଅବସରରେ ସାଂସଦ ଅପରାଜିତା କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ। ଯଦି ସରକାର ସତ୍‌ମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି ? ଯଦି ଲୁଚାଇବାର କିଛି ନାହିଁ, ତା’ହେଲେ ସରକାର କାହିଁକି ଡରୁଛନ୍ତି ? ମୁଁ କେବଳ ଶ୍ରୀମନ୍ଦିର ସୁରକ୍ଷା କଥା କହିଛି। ମୋର ଯାହା କହିବାର କଥା ଲୋକସଭାରେ କହି ସାରିଛି ବୋଲି ଅପରାଜିତା କହିଛନ୍ତି । ଏହା ବିଜେପିର ଦଳୀୟ କାର୍ଯ୍ୟକ୍ରମ ନୁହେଁ, ଏଥିରେ ସବୁ ଦଳର ଲୋକ ସାମିଲ ଅଛନ୍ତି ।

Advertisment

ଏହାସହ ଅପରାଜିତା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କାହିଁକି ହାଉସ୍ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି । ASI ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ? ନିଷିଦ୍ଧାଞ୍ଚଳରେ ୩୦ ଫୁଟ ଗାତ ଖେଳିବାକୁ କିଏ ଅନୁମତି ଦେଲା ? କେଉଁ ଇଞ୍ଜିନିୟର ଓ ବିଶେଷଜ୍ଞ ୩୦ ଫୁଟ ଗାତ ପାଇଁ ଅନୁମତି ଦେଲେ ? ମନ୍ଦିର ଉପରେ ବିମାନ ଉଡ଼ିବା, ପାଖରେ ବଡ଼ ଗାଡ଼ି ଚାଳନା ମନା । ତାହେଲେ ଜେସିବି ଦ୍ୱାରା ଗାତ ଖୋଳିବାକୁ ଅନୁମତି ମିଳିଲା କିପରି ? କେଉଁଠି T ବା ଟ୍ରାନ୍ସପରେନ୍ସି ଅଛି ବୋଲି ପଚାରିଲେ ଅପରାଜିତା ।

ଏହାସହ ପୁରୀ ସାଂସଦଙ୍କୁ ଆକ୍ଷେପ କଲେ ସାଂସଦ ଅପରାଜିତା । ଯଦି ପୁରୀ ସାଂସଦ ଏନେଇ ଜାଣିବେନି ଲୋକେ ଜାଣିବେ କିପରି । କଣ ହେଲା ଯେ ଶେଷରେ ଗଜପତିଙ୍କ ସାହାରା ନେବାକୁ ପଡ଼ିଲା । ଗଜପତିଙ୍କ ମନ୍ତବ୍ୟ ଉପରେ କିଛି ମନ୍ତବ୍ୟ ଦେବାକୁ ଚାହୁଁନି କହିଲେ ଅପରାଜିତା । ପ୍ରକଳ୍ପ କାମ ନେଇ ASIର ମତାମତ ଦରକାର । ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସମର୍ଥନ ରହିଛି । ଆଇନ ପରିସରରେ ରହି ମନ୍ଦିରର ସୁରକ୍ଷା ଦେଖି ନିର୍ମାଣ ହେଉ ବୋଲି କହିଲେ ଅପରାଜିତା ।

Advertisment
BJP Lord Jagannath Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ