Advertisment

ଅପରାଜିତାଙ୍କ ପ୍ରଶ୍ନ: ମୁଖ୍ୟମନ୍ତ୍ରୀଙ୍କ ଗୁପ୍ତ ଚିକିତ୍ସା ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ?

ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ସଂପୃକ୍ତ ମହିଳାଙ୍କ ଅବାଧ ପ୍ରବେଶ କାହିଁକି ? ଗୁପ୍ତ ଚିକିତ୍ସା ନିର୍ଦ୍ଦିଷ୍ଟ ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ? ଏହି ରହସ୍ୟମୟୀ ମହିଳାଙ୍କୁ ଚିକିତ୍ସା ପାଇଁ କିଏ ଚୟନ କରିଛି ? ରହସ୍ୟମୟୀ ମହିଳା କେଉଁ ପ୍ରକାର ଚିକିତ୍ସା କରୁଛନ୍ତି ? ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଉଠାଇଲେ ପ୍ରଶ୍ନ..

ଅଦ୍ୟତନ ହୋଇଛି
MP Aparajita Sarangi

MP Aparajita Sarangi

Advertisment

ଶେଷରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ପଚାରିଲେ କିଏ ସେହି ରହସ୍ୟମୟୀ ମହିଳା । ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି ଅପରାଜିତା ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ନିକଟସ୍ଥ ଅଧିକାରୀ ମାନଙ୍କ ଶାସନ ପ୍ରଶାସନ ଅତ୍ୟନ୍ତ କୌତୁହଳପ୍ରଦ, ରୋମାଞ୍ଚକର ଏବଂ ହାସ୍ୟାସ୍ପଦ ହୋଇସାରିଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରୋମ ଯାଉଛନ୍ତି, ଟୋକିଓ ଯାଉଛନ୍ତି କିନ୍ତୁ ରାଜ୍ୟବାସୀଙ୍କ ସହ ମିଶିବା ପାଇଁ ନିଜର ବ୍ୟକ୍ତିଗତ ସଚିବଙ୍କୁ ଲଗାଇଛନ୍ତି । ସ୍ୱାଧୀନ ଭାରତ ଇତିହାସର ଗଣତନ୍ତ୍ର ଶାସନରେ ଏଭଳି ଦେଖାଯାଇନାହିଁ I

Advertisment

ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଏବଂ ସାଂସଦ ବସନ୍ତ ପଣ୍ଡା ଏକ ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳାଙ୍କ ବିଷୟରେ କହିଥିଲେ, ଯିଏ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ଯାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବାଧ ପ୍ରବେଶ କରୁଛନ୍ତି। ତେବେ ଏହାର କୌଣସି ଉତ୍ତର ଦେବା ପରିବର୍ତ୍ତେ ଦଳୀୟ ପ୍ରବକ୍ତା ମାନେ ବିରୋଧୀ ଦଳ ନେତାମାନଙ୍କୁ ପାଗଳ ବୋଲି କହୁଛନ୍ତି ଏବଂ ଏହାର କୌଣସି ଉତ୍ତର ଦିଆଯାଉନାହିଁ  କାହିଁକି ବୋଲି ପ୍ରଶ୍ନ ପଚାରିଛନ୍ତି ଅପରାଜିତା।

ଅଧିକ ପଢ଼ନ୍ତୁ: ରେଢ଼ାଖୋଲରେ ତେଜୁଛି କି ବିଜେଡି ଅନ୍ତର୍କନ୍ଦଳ ?

ସେ ଆହୁରି ଲେଖିଛନ୍ତି ଯେ, ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଉଥିବା ନିର୍ଦ୍ଧିଷ୍ଟ ରହସ୍ୟମୟୀ ମହିଳା ହେଉଛନ୍ତି ଜଣେ ନର୍ସ ବା ଥେରାଫିଷ୍ଟ  I ଯଦି ଏହା ସତ୍ୟ, ଏହା ଅତ୍ୟନ୍ତ ସଂଗୀନ ଏବଂ ଚିନ୍ତାଜନକ ବିଷୟ I ଓଡିଶା ପରି ଗୁରୁତ୍ୱପୂର୍ଣ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ଗୁପ୍ତ ଘରୋଇ ବ୍ୟବସ୍ଥା ଉପରେ ଛାଡ଼ିଦେବା ଅନୁଚିତ । ଏହି ଗୁପ୍ତ ଚିକିତ୍ସା ନିର୍ଦ୍ଦିଷ୍ଟ ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ? ଏହି ରହସ୍ୟମୟୀ ମହିଳାଙ୍କୁ ଚିକତ୍ସା ପାଇଁ କିଏ ଚୟନ କରିଛି ? ରହସ୍ୟମୟୀ ମହିଳା କେଉଁ ପ୍ରକାର ଚିକିତ୍ସା କରୁଛନ୍ତି ? ଉଦ୍ଦେଶ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ଦୂରରେ ରଖାଯାଇଛି କି ? ଶେଷଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ବ୍ୟକ୍ତିଗତ ଭାବେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର କେବେ ଭେଟିଥିଲେ ? ରାଜ୍ୟର ଗୁଇନ୍ଦା ତଥ୍ୟ କିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛି ? ରାଜ୍ୟରେ କ’ଣ ଘଟୁଛି ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ? 

Advertisment

ରାଜ୍ୟବାସୀଙ୍କୁ ଏ ସମସ୍ତ ବିଷୟର ସ୍ପଷ୍ଟ ଉତ୍ତର ଦେବା ଆବଶ୍ୟକ ବୋଲି ସୋସିଆଲ୍ ମିଡ଼ିଆରେ କହିଛନ୍ତି ଅପରାଜିତା I ତେବେ ଅପରାଜିତାଙ୍କ ଏହି ମନ୍ତବ୍ୟ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

CM Naveen Patnaik MP Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ