Power Cut
ଗ୍ରୀଡକୋ ଖୋଲିଲା ସରକାରଙ୍କ ଗୁମର । ରାଜ୍ୟରେ ଅଛି ଶକ୍ତି ସଂକଟ । ପିକ୍ ପିରିୟଡରେ ମଧ୍ୟପ୍ରଦେଶରୁ ଧାରରେ ଆସିବ ବିଦ୍ୟୁତ୍ । ପାଓ୍ୱାର ଟ୍ରିପ୍ ନୁହେଁ ପାଓ୍ୱାର ସଟେଜ୍ ଯୋଗୁଁ ହେଉଛି ବିଦ୍ୟୁତ କାଟ୍ । ପିକ୍ ପିରିୟଡରେ ଉପଭୋକ୍ତାଙ୍କୁ ଦେବା ପାଇଁ ଶକ୍ତି ବିଭାଗ ପାଖରେ ନଥିଲା ପର୍ଯ୍ୟାପ୍ତ ବିଜୁଳି । ଯେଉଁଥିପାଇଁ ଏବେ ମଧ୍ୟପ୍ରଦେଶ ଶକ୍ତି ନିଗମ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି ଗ୍ରୀଡକୋ।
ଗ୍ରୀଡକୋ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜରିଆରେ କୁହାଯାଇଛି ଯେ, ରାଜ୍ୟରେ ଖରାଦିନେ ପିକ୍ ସମୟରେ ୫, ୪୦୦ ମେଗାୱାଟ ବିଦ୍ୟୁତ ଆବଶ୍ୟକତା ପଡୁଛି। ଏହି ଚାହିଦା ପୂରଣ ପାଇଁ ଏପ୍ରିଲ୍ ଓ ଜୁଲାଇ ମାସ ମଧ୍ୟରେ ମଧ୍ୟପ୍ରଦେଶ ଶକ୍ତି ନିଗମଠାରୁ ୧୦୦ ମେଗାଓ୍ୱାଟ ଶକ୍ତି ଅଣାଯିବ। ଶକ୍ତି ବିନିମୟ ବ୍ୟବସ୍ଥା ମାଧ୍ୟମରେ ଅଧିକ ୨୫୦ ମେଗାଓ୍ୱାଟ ପର୍ଯ୍ୟନ୍ତ ଅଣାଯାଇପାରିବ। ଏହି ବିଦ୍ୟୁତକୁ ଶୀତଦିନେ ମଧ୍ୟପ୍ରଦେଶ ଶକ୍ତି ନିଗମକୁ ଫେରାଇବ ଗ୍ରୀଡକୋ।
ଖାଲି ସେତିକି ନୁହେଁ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ବିଦ୍ୟୁତ ଉତ୍ପାଦନରେ ବାଧା ଉପୁଜୁଛି। ଯେଉଁଥି ପାଇଁ ବିଦ୍ୟୁତ୍ ନିଅଣ୍ଟ ହେଉଥିବା ଗ୍ରୀଡକୋ ସ୍ପଷ୍ଟ କରିଛି। ଏବେ ନଜର ପକାନ୍ତୁ ପାୱାର ଆବଣ୍ଟନର ଏହି ତଥ୍ୟ ଉପରେ । ଗତ ୧୮ ତାରିଖରେ ୫, ୪୨୩ ମେଗାୱାଟ ଶକ୍ତି ଅବାଶ୍ୟକ ଥିବା ବେଳେ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଦେଇଛନ୍ତି ୫, ୨୭୮ ମେଗାୱାଟ। ସେହିପରି ୧୯ ତାରିଖରେ ମଧ୍ୟ ୫,୦୩୪ ମେଗାୱାଟ ଆବଶ୍ୟକତା ହେଉଥିବା ବେଳେ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଦେଇଛନ୍ତି ୪,୯୦୧ ମେଗାୱାଟ୍।
ଗ୍ରୀଡକୋ ପକ୍ଷରୁ ଏଭଳି ସୂଚନା ଦିଆଯିବା ପରେ ବିରୋଧୀ ବିଜେପି ଓ କଂଗ୍ରେସ୍ ସିଧା ସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କଟ୍ ପ୍ରତିବାଦରେ କଂଗ୍ରେସ ଆସନ୍ତା ୨୭ରେ ରାଜ୍ୟର ସବୁ ବିଦ୍ୟୁତ୍ ଅଫିସ ଘେରାଉ କରିବ।
ପ୍ରତିବର୍ଷ ଖରାଦିନେ ବିଦ୍ୟୁତ୍ ଉପଭୋକ୍ତା ପାୱାର କଟ୍ ପାଇଁ ସନ୍ତୁଳି ହେଉଛନ୍ତି। ଆଉ ଏବେ ଗ୍ରୀଷ୍ମ ସରିବା ପରେ ସରକାର ଶକ୍ତି ସଙ୍କଟ ଦୂର ଲାଗି ଅନ୍ୟ ରାଜ୍ୟ ସହ ଚୁକ୍ତି କରିଛନ୍ତି । ଏବେ ପ୍ରଶ୍ନ ଆଗାମୀ ଦିନରେ ଏହା କେତେ ଫଳ ପ୍ରଦ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Power_Cut__1687357361.jpg)