Advertisment

ସନ୍‌ସାଇନ୍‌ ସ୍କୁଲକୁ ମୁଁ କେବେବି ଯାଇନି: ଦିବ୍ୟଶଙ୍କର

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିବାଦୀୟ ହୋଇପଡ଼ିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନେକ ଦିନ ଧରି ଚୁପ୍‌ ରହିବା ପରେ ପ୍ରେସ୍‌ ବିବୃତ୍ତି ଜରିଆରେ ମୁହଁ ଖୋଲିଥିଲେ।

ଅଦ୍ୟତନ ହୋଇଛି
Minister DibyaShankar Mishra

Minister DibyaShankar Mishra

Advertisment

ଭୁବନେଶ୍ୱର: କଳାହାଣ୍ଡି ଜିଳ୍ଲା ମହାଲିଙ୍ଗ ସ୍ଥିତ ସନସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଫେଇ ଦେଇଛନ୍ତି। ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣରେ ମନ୍ତବ୍ୟ ରଖିଛନ୍ତି ମନ୍ତ୍ରୀ। କହିଛନ୍ତି, ଯେଉଁ ସ୍କୁଲରେ ମମିତା ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲକୁ ମୁଁ କେବେ ବି ଯାଇନି।

Advertisment

ସେ କହିଛନ୍ତି ଯେ- ଏହି ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢ଼ନ୍ତି ଏବଂ ସେଠାରେ ମମିତା ପ୍ରଧାନଶିକ୍ଷୟିତ୍ରୀ ଥିଲେ। ସେହି ସ୍କୁଲ ଏକ ଘରୋଇ ସ୍କୁଲ।ଯେଉଁଠି ଗୋଟିଏ ଅଘଟଣ ଘଟିଯାଇଛି। ତେବେ ସେହି ସ୍କୁଲ ମୁଁ କେବେ ବି ଯାଇନି, ବରଂ ସାନଚେର ଗାଁ, ବଡଚେର୍ ଗାଁ ଆଦି ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା ହୋଇଥିବା ନୂଆ ନୂଆ କଲେଜକୁ ଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରେ ଆୟୋଜିତ ମୋ ପରିବାର, ଓଡିଶା ପରିବାର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଭାଷଣରେ ଏଭଳି ମନ୍ତବ୍ୟ ରଖିଛନ୍ତି ଦିବ୍ୟଶଙ୍କର।

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିବାଦୀୟ ହୋଇପଡ଼ିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନେକ ଦିନ ଧରି ଚୁପ୍‌ ରହିବା ପରେ ପ୍ରେସ୍‌ ବିବୃତ୍ତି ଜରିଆରେ ମୁହଁ ଖୋଲିଥିଲେ। ସେପଟେ ନଭେମ୍ବର ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଏହାର ପ୍ରସ୍ତୁତିର ତଦାରଖ କରିଥିଲେ ଦିବ୍ୟଶଙ୍କର। ଏସ୍‌ପି ଓ ଜିଲ୍ଲାପାଳଙ୍କ ସହ ଦିବ୍ୟଶଙ୍କର ବିଭିନ୍ନ ଆଡ଼େ ଯିବାର ଦେଖିବାକୁ ମିଳିଥିଲା।  

Advertisment

ତେବେ ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଜିଳ୍ଲାପାଳ ଏବଂ ଏସ୍‌ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। ଯାହାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ସେଭଳି ବ୍ୟକ୍ତିଙ୍କୁ ଧରି ଏସପି, ଜିଲ୍ଲାପାଳ ବୁଲୁଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ, ଅପରାଧିଙ୍କୁ ଦଣ୍ଡଦେବା ପରିବର୍ତ୍ତେ ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

Minister Dibya Shankar Mishra Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ