Advertisment

ଫସିବେ ତିର୍ତ୍ତୋଲ ବିଧାୟକ ! ଗର୍ଲଫ୍ରେଣ୍ଡ୍‌ ଆଣିଥିବା ସେକ୍ସ ରାକେଟ୍ ଅଭିଯୋଗର ହୋଇପାରେ ତଦନ୍ତ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ଆଣିଥିବା ସେକ୍ସ ରାକେଟ୍ କାରବାର ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ। ଜଗତସିଂହପୁର ଏସ୍‌ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି।

ଅଦ୍ୟତନ ହୋଇଛି
More Trouble For Tirtol MLA

More Trouble For Tirtol MLA

Advertisment

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ। ବିଧାୟକଙ୍କ ବିରୋଧରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ଆଣିଥିବା ସେକ୍ସ ରାକେଟ୍ କାରବାର ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ।  ଜଗତସିଂହପୁର ଏସ୍‌ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି।

Advertisment

ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସ୍‌ପି ଚିଠି ଲେଖିଥିଲେ। ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ୍‌ ଚଳାଇବା ନେଇ ଗତ ମାସରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ସୋମାଲିକା ଦାସ ଅଭିଯୋଗ କରିଥିଲେ। ଏନେଇ ଜଗତସିଂହପୁର ଥାନା ପୋଲିସ କେସ୍ ନମ୍ବର ୩୯୭/୨୦୨୨ରେ ଗୋଟିଏ ମାମଲା ରୁଜୁ କରିଥିଲେ।

ଯାହାକୁ ନେଇ ସେତେବେଳେ ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ହଟଚମଟ ହୋଇଥିଲା। ବିଜୟଶଙ୍କର ଜଣେ ବିଧାୟକ ହୋଥିବାରୁ ଏ ମାମଲା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ କରିବାକୁ ଅଭିଯୋଗକାରିଣୀ ଦାବି କରିଥିଲେ ବୋଲି ଜଗତସିଂହପୁର ଏସ୍‌ପି ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ଏପ୍ରସଙ୍ଗରେ ତିିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ପଢ଼ନ୍ତୁ- ବିବାଦରେ ବିଜେଡ଼ି ବିଧାୟକ ବିଜୟଶଙ୍କର ଦାସ...

Tirtol MLA Girlfriend Tirtol MLA Bijaya Shankar Das Sex Racket Tirtol MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ