Advertisment

ରାଜ୍ୟରେ ୧୧ ହଜାର ପୋଲିସ ପଦବୀ ଖାଲି

ପ୍ରଶ୍ନକାଳରେ ସେ କହିଥିଲେ ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍‌ପି ଓ ୨୪୮ ଇନ୍ସପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି।

Odisha Police

Odisha Police

Advertisment

ଭୁବନେଶ୍ୱର: ରାଜ୍ୟରେ ନୂଆ ପୋଲିସ ଷ୍ଟେସନ ଖୋଲିବା ପ୍ରସଙ୍ଗରେ ବିଧାନସଭାରେ ଉଦବେଗ। ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ଅପଗ୍ରେଡ୍‌ କରିବା ପାଇଁ ୬୦ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ଏବଂ ବିଧାୟକମାନଙ୍କ ପ୍ରସ୍ତାବ ପରେ ବି ଏହା କାର୍ଯ୍ୟକାରୀ ହେଉ ନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେପଟେ ନୟାଗଡ଼ ଜିଲ୍ଲା ରଣପୁରର ଶାସକ ଦଳ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଦବେଗ ପ୍ରକାଶ କରିଥିଲେ।

Advertisment

ପ୍ରଶ୍ନକାଳରେ ସେ କହିଥିଲେ ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍‌ପି ଓ ୨୪୮ ଇନ୍ସପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି। ପୋଲିସ ଡିଜି, ଡିଆଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବାକୁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶ୍ନକାଳ ସରିବା ପରେ ବୈଠକ କରି ଗୃହରେ ଏକ ବିବୃତି ରଖନ୍ତୁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। 

ସେପଟେ ରାଜ୍ୟରେ ହତ୍ୟା ଓ ଯୌତୁକଜନିତ ହତ୍ୟା ମାମଲା ବଢୁଥିବା ନେଇ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତରରେ କହିଛନ୍ତି ୨୦୧୯ରେ ୨୭୮ଟି ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଛି। ୨୦୨୦ରେ ୩୧୧ଟି ଯୌତୁକଜନିତ ହତ୍ୟା ମାମଲା ରୁଜୁ ହୋଇଛି। ୨୦୧୯ରେ ୧୩୫୬ ହତ୍ୟା ମାମଲା ରୁଜୁ ହୋଇଛି। ୨୦୨୦ରେ ୧୪୭୦ ହତ୍ୟା ମାମଲା ରୁଜୁ ହୋଇଛି।

Advertisment
Odisha News Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ