• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଧାରଣ ନିର୍ବାଚନକୁ ରହିଲା ଖୁବ୍ କମ୍‌ ସମୟ । ହାତରେ ଅଳ୍ପ ଦିନ । ଆଉ ଏହାରି ଭିତରେ ବିଭିନ୍ନ ଘରୋଇ ସଂସ୍ଥା ଆରମ୍ଭ କରି ସାରିଲେଣି ନିର୍ବାଚନୀ ସର୍ଭେ । କେଉଁ ଦଳ କେତେ ସିଟ୍‌ ପାଇବେ, କିଏ ଗଢ଼ିବ ସରକାର, ଆଉ କେଉଁ ଦଳକୁ ମିଳିବ କେତେ ପ୍ରତିଶତ ଭୋଟ ? ସେନେଇ ଆରମ୍ଭ ହୋଇସାରିଲାଣି ସର୍ଭେ ।

ତେବେ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ହିନ୍ଦି ହାର୍ଟ ଲାଇନ୍‌ରେ ଥିବା ଉତ୍ତରପ୍ରଦେଶରେ ଏଥର ବିଜେପିକୁ ମିଳିବ ୭୦ରୁ ୮୦ ସିଟ୍‌ । ଗତ ଥର ଭଳି ଏଥର ମଧ୍ୟ ଏଠାରୁ ବିଜେପି ୫୦ ପ୍ରତିଶତ ଭୋଟ ପାଇବ । କିନ୍ତୁ ସିଟ୍‌ ସଂଖ୍ୟା ବଢ଼ିବ । ୨୦୧୯ରେ ବିଜେପି ଉତ୍ତରପ୍ରଦେଶରେ ୫୦ ପ୍ରତିଶତ ଭୋଟ ସହ ୬୨ଟି ଲୋକସଭା ଆସନ ଜିତିଥିଲା । ଏଥର ତାହା ୭୦ ରୂ ୮୦ ସିଟ୍‌କୁ ବୃଦ୍ଧି ପାଇପାରେ ବୋଲି ଇଣ୍ଡିଆ ଟୁଡେ ରିପୋର୍ଟ କହିଛି ।

ଅନ୍ୟପଟେ ଦେଖିବାକୁ ଗଲେ, ନିର୍ବାଚନ ପୂର୍ବରୁ ବିଭିନ୍ନ ସଂସ୍ଥା ମାନଙ୍କର ଏଭଳି ସର୍ଭେ ପ୍ରାୟତଃ ସଠିକ୍‌ ସାବ୍ୟସ୍ତ ହେଉଛି । ତେଣୁ ଏହି ସର୍ଭେ ରିପୋର୍ଟ ବିଜେପିର ଆତ୍ମ ବିଶ୍ୱାସକୁ ସୁଦୃଢ଼ କରିବ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ । ମୋଟା ମୋଟି ଦେଖିବାକୁ ଗଲେ ଉତ୍ତରପ୍ରଦେଶରେ NDA ୫୨ ପ୍ରତିଶତ ଭୋଟ ପାଇବ ବୋଲି ଇଣ୍ଡିଆ ଟୁଡେର ମୁଡ୍‌ ଅଫ୍‌ ଦି ନେସନ୍‌ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି । 

mood of the nation survey 2024 uttar pradesh lok sabha election

ସଂସ୍ଥା ପକ୍ଷରୁ ଫେବ୍ରୁଆରୀ ୨୦୨୪ରେ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ମୋଟ ୩୫ ହଜାର ୮୦୧ ଜଣଙ୍କଠାରୁ ମତାମତ ଗ୍ରହଣ କରାଯାଇଛି । ୧୫ ଡିସେମ୍ବର ୨୦୨୩ ରୁ ୨୮ ଜାନୁଆରୀ ୨୦୨୪ ମଧ୍ୟରେ ଏହି ସର୍ଭେ କରାଯାଇଛି । ତେବେ ଏହାରି ଭିତରେ ରାଜନୈତିକ ପାଣିପାଗ ବଦଳୁଛି । ତେଣୁ ରିପୋର୍ଟ ଅଳ୍ପ ବହୁତ ବଦଳିପାରେ ବୋଲି ମଧ୍ୟ କୁହାଯାଇଛି । କାରଣ କିଛି ଦିନ ଭିତରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି । ଏମିତି ଅନେକ ଲୋକାଭିମୁଖି କାର୍ଯ୍ୟର ମଧ୍ୟ ଲୋକାର୍ପଣ ହୋଇଛି । ଯାହାଫଳରେ ସିଟ୍‌ ସଂଖ୍ୟା ସାମନ୍ୟ ପରିବର୍ତ୍ତନ ହୋଇପାରେ ।

mood of the nation survey 2024 uttar pradesh lok sabha election

ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି, RLDର ଜୟନ୍ତ ଚୌଧୁରୀ ବିଜେପି ସହ ହାତ ମିଳାଇପାରନ୍ତି । ଏହା ଦ୍ୱାରା ପଶ୍ଚିମ ଉତ୍ତର ପ୍ରଦେଶରେ ୪ ରୁ ୫ ଆସନ ବିଜେପି ଖାତାକୁ ଆସିବାର ସମ୍ଭାବନା ରହିଛି । ସେ ପୂର୍ବରୁ ଇଣ୍ଡି ମେଣ୍ଟ ସହ ଥିଲେ ।

ଅନ୍ୟପଟେ ଏହି ରିପୋର୍ଟରେ କୁହାଯାଇଛି ଯେ, ଇଣ୍ଡି ମେଣ୍ଟକୁ ଉତ୍ତରପ୍ରଦେଶରେ ୧୦ଟି ସିଟ୍‌ ମିଳିପାରେ । ସେହିଭଳି ସମାଜବାଦୀ ପାର୍ଟିକୁ ୭ଟି ସିଟ୍‌ ମିଳିପାରେ । ତେବେ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି । ୨୦୧୯ ସାଧାରଣ ନିର୍ବାଚନରେ ୮୦ରୁ ୧୫ ଆସନ ଜିତିଥିଲା ଅଖିଳେଶ ଯାଦବଙ୍କ ଦଳ ।

୨୦୨୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ କଂଗ୍ରେସ ନିଜର ୬ ପ୍ରତିଶତ ଭୋଟ ବଜାୟ ରଖିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଥିବା ବେଳେ ସମାଜବାଦୀ ପାର୍ଟିର ଭୋଟ ପ୍ରତିଶତ ୩୯ରୁ ୩୦କୁ ଖସିବ ବୋଲି କୁହାଯାଇଛି ।