Advertisment

କାଲିଠୁ ମୌସୁମୀ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଅନେକ ଅସ୍ତ୍ର

ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଓ କଂଗ୍ରେସ ତାର ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି । ତେବେ ସ୍ପଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବାତାଲିକା ।

undefined

assembly

Advertisment

ଭୁବନେଶ୍ୱର: ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିଜେପି ଓ କଂଗ୍ରେସ ତାର ଷ୍ଟ୍ରାଟେଜୀ ପ୍ରସ୍ତୁତ କରୁଛନ୍ତି । ତେବେ ସ୍ପଳ୍ପକାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବାତାଲିକା ।

Advertisment

ରାଜ୍ୟରେ ମରୁଡ଼ି ପରିସ୍ଥିତି, ଷ୍ଟାଫ୍ ସିଲେକସନ୍ କମିଶନ୍‌ରେ ଦୁର୍ନୀତି, ଆବାସ ଦୁର୍ନୀତି, କରୋନା ପରିଚଳାନରେ ବିଫଳତା, ମାହାଙ୍ଗା ଡବଲ ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି, ଧାନ କିଣାରେ ଅବ୍ୟବସ୍ଥା, ରାଜ୍ୟରେ ଆଇନଶୃଙ୍କଳା ପରିସ୍ଥିତି ବିପଯର୍ୟସ୍ତ, ପଛୁଆ ବର୍ଗଙ୍କୁ ସଂରକ୍ଷଣ ରାଜନୀତି କଥା ଉଠାଇ ଶାସକ ଦଳକୁ ଘେରିବାକୁ ଯୋଜନା ହୋଇଛି । ସେପଟେ ମରୁଡି ସ୍ଥିତି, ବିଭିନ୍ନ ଦୁର୍ନୀତି, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା, ଚାଷୀ ସମସ୍ୟା, ଶିକ୍ଷକ ଅଭାବ ଆଦି ପ୍ରସଙ୍ଗ ବିଧାନସଭାରେ ଉଠାଇବ କଂଗ୍ରେସ ।

ଅନ୍ୟପଟେ ଶାସକ ଦଳ ବି ମୁକାବିଲ ପାଇଁ ପ୍ରସ୍ତୁତ । ଜାତିଭିତ୍ତିକ ଜନଗଣନା, ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଉଠାଇବା, ଫସଲ ବୀମା ଯୋଜନାରେ ଚାଷୀ ହନ୍ତସନ୍ତ ହେଉଥିବା କଥା ଉଠାଇ କାଉଣ୍ଚର କରିବ ଦଳ । ତେବେ ଆସନ୍ତାକାଲି ବିଜେପି, ବିଜେଡି ଓ କଂଗ୍ରେସ ବିଧାୟକ ଦଳର ବୈଠକ ବସି ଚୂଡାନ୍ତ ରଣନୀତି ପ୍ରସ୍ତୁତ ହେବ । ସେପ୍ଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।

Advertisment

ସେପଟେ ସ୍ୱାୟତ୍ତ ଶାସନ ଦିବସ ପୂର୍ବରୁ ବିଏମ୍‌ସି ଓ ରାଜ୍ୟ ସରକାରଙ୍କୁ ଆଜି ବିଜେପି ଟାର୍ଗେଟ୍ କରିଛି । ବିଜେପି ପକ୍ଷରୁ ‘ଆମେ କହୁନୁ, କହୁଛି ଗଣମାଧ୍ୟମ’ ନାଁରେ ବୁକଲେଟ୍ ରିଲିଜ କରି ସରକାରଙ୍କ ବିଫଳତା ନେଇ ପ୍ରେସମିଟ୍‌ରେ ତଥ୍ୟ ରଖିଥିଲା। ରାଜ୍ୟ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ୱର ଜିଲା ବିଜେପି ସଭାପତି ବାବୁ ସିଂଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଭୁବନେଶ୍ୱରକୁ ସ୍ମାର୍ଟ ସିଟି ରାଜ୍ୟ ସରକାର କେବଳ ଘୋଷଣା କରିଛନ୍ତି, ତାକୁ କାର୍ଯ୍ୟକାରୀ କରାଯାଉନି । ଭୁବନେଶ୍ୱର ଡେଙ୍ଗୁ ପରିସ୍ଥିତି ସହ ରାସ୍ତା ଘାଟ କାମ, ସ୍ମାର୍ଟ ସିଟିରେ ଅଳିଆ ଆବର୍ଜନା ଜମିବା, ଡ୍ରେନ ସମସ୍ୟା, ମୋ ସାଇକେଲ ଦୁର୍ନୀତି ସମେତ ମୌଳିକ ସେବା ଯୋଗାଇବାରେ ବିଫଳ ବୋଲି କହିଛି ବିଜେପି ।

Advertisment

ଏପଟେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସରକାରଙ୍କ ଦୋଷ ତ୍ରୁଟିକୁ ସାମ୍ନାକୁ ଆଣିବା କାମ ଗଣମାଧ୍ୟମର କିନ୍ତୁ ବିଜେପି ତାକୁ ଆଧାର କରି ଯେଉଁ ଅଭିଯୋଗ କରୁଛି ତାହା ତାଙ୍କ ଅପାରଗତା । ଯଦି ସରକାରଙ୍କ ଦୋଷ ଦୁର୍ବଳତା ଗଣମାଧ୍ୟମ ପଦାକୁ ଆଣୁଛି ତେବେ ବିରୋଧୀ ଦଳରେ ଥାଇ ବିଜେପି କରୁଛି କଣ ? ଏଭଳି ପ୍ରଶ୍ନ କରି ବିଜେପିକୁ ଉତ୍ତର ଦେଇଛନ୍ତି ପ୍ରତାପ ଦେବ ।

Odisha Politics Odisha Assembly Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ