Advertisment

ଦିଲ୍ଲୀରୁ ଫେରିଲେ ମୋହନ-ମନମୋହନ, ଖୁବଶୀଘ୍ର ରାଜ୍ୟ ସରକାରରେ ବଡ଼ ନିଷ୍ପତ୍ତି ?

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ, ସେପଟେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବିଏଲ୍ ସନ୍ତୋଷଙ୍କୁ ଭେଟିଲେ ମୋହନ-ମନମୋହନ ।

Big Cabinet Reshuffle Likely in Odisha This July

Big Cabinet Reshuffle Likely in Odisha This July

Advertisment

ପୁଣି ଥରେ ରାଜ୍ୟ ବିଜେପି ସଭାପତି ନିର୍ବାଚିତ ହେବା ପରେ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଫେରିଛନ୍ତି । ଗସ୍ତ ବେଳେ ରାଜ୍ୟରେ ସରକାର ଏବଂ ସଂଗଠନ ସ୍ଥିତି ନେଇ ହୋଇଛି ଆଲୋଚନା । ଖୁବ୍ ଶୀଘ୍ର ବଡ଼ ନିଷ୍ପତ୍ତି ହେବା ନେଇ ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ବୋର୍ଡ-ନିଗମ ଅଧ୍ୟକ୍ଷ ପଦବି ବି ପୂରଣ ନେଇ ଚଳିତ ମାସରେ ହୋଇପାରେ ନିଷ୍ପତ୍ତି ।

Advertisment

ଦିଲ୍ଲୀରୁ ଫେରିଲେ ମୋହନ-ମନମୋହନ । ଖୁବ୍ ଶୀଘ୍ର ସରକାରରେ ବଡ଼ ନିଷ୍ପତ୍ତି ! ଜୁଲାଇ ଭିତରେ ହୋଇପାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ନିଗମ, ବୋର୍ଡ ଅଧ୍ୟକ୍ଷ ପଦବି ପୂରଣ ନେଇ ବି ଖୁବ୍ ଶୀଘ୍ର ହୋଇପାରେ ନିଷ୍ପତ୍ତି । ପୁଣି ଥରେ ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀ ଗସ୍ତରେ ଯାଇଥିଲେ ମନମୋହନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ, ସେପଟେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବିଏଲ୍ ସନ୍ତୋଷଙ୍କୁ ଭେଟିଲେ ମୋହନ-ମନମୋହନ । ପୂର୍ବରୁ ଦୁଇ ଦୁଇ ଥର ଓଡ଼ିଶା ଗସ୍ତରେ ଆସି ବୋର୍ଡ, ନିଗମ ଅଧ୍ୟକ୍ଷ ପଦବି ପୂରଣ ନେଇ ବୈଠକ ନେଇଥିବା ସାଧାରଣ ସଂପାଦକ ତରୁଣ ଚୁଗଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଚଳିତ ମାସରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି ।

ମନ୍ତ୍ରିମଣ୍ଡଳରେ ଖାଲି ଥିବା 6ଟି ସ୍ଥାନରେ କାହାକୁ ସାମିଲ କରାଯିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ରେସରେ ଥିବା ନେତାଙ୍କ ଭିତରେ ଆଗରେ ରହିଛି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ଆଶ୍ରିତ ପଟ୍ଟନାୟକ, ସନାତନ ବିଜୁଳି, ପ୍ରତାପ ନାୟକ, ଛବି ମଲ୍ଲିକ, ଦୁର୍ଗାପ୍ରସନ୍ନ ନାୟକଙ୍କ ନାଁ । ଅନ୍ୟପଟେ ମନ୍ତ୍ରୀ ନଥିବା ଜିଲ୍ଲା କନ୍ଧମାଳ, କୋରାପୁଟରୁ ପ୍ରତିନିଧିତ୍ୱ ମିଳିପାରେ । ଏହା ସହ କିଛି ମନ୍ତ୍ରୀଙ୍କର ବିଭାଗ ମଧ୍ୟ ବଦଳିବା ନେଇ ଚର୍ଚ୍ଚା ବଢିଛି ।

Advertisment

ବର୍ଷେ ହେଲା ଫାଙ୍କା ପଡ଼ିଥିବା ବୋର୍ଡ, ନିଗମ ଅଧ୍ୟକ୍ଷ ପଦବି ପୂରଣ ବି ଖୁବ୍ ଶୀଘ୍ର ହେବାର ସମ୍ଭାବନା ରହିଛି । ଏହା ଭିତରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇ ଥର ବୈଠକ ବସିଛି । ପାଖାପାଖି ଦେଢ଼ ଶହ ନେତାଙ୍କୁ ନିଯୁକ୍ତି ନେଇ ବି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତା ’ ଉପରେ ବି ଶୀଘ୍ର ଚର୍ଚ୍ଚା ଆଲୋଚନା କରି କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଉଛି ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ପଙ୍କଜ ସାହୁଙ୍କ ସହ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ, ଓଟିଭି...

Advertisment
BJP Cabinet Manmohan Samal Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ