Advertisment

ଓଡ଼ିଶା ଆସିବେ ମୋଦି-ରାହୁଲ ! ବିଜେଡିକୁ ହେବ ଘନ ଘନ ଆଟାକ୍...

ଏଣିକି ମୈଦାନକୁ ଓହ୍ଲାଇବେ ବିଜେପି-କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ । ଉତ୍ସାହିତ ଦୁଇ ଦଳ, ବିଜେଡି କହିଲା ପଡ଼ିବନି ପ୍ରଭାବ ।

ଅଦ୍ୟତନ ହୋଇଛି
undefined

Modi - Rahul

Advertisment

ରାଜ୍ୟର ୨୧ ଲୋକସଭା ସିଟ୍ ହାତେଇବାକୁ ଟଣାଓଟରା। ଲୋକସଭା ସହ ଏଠାରେ ବିଧାନସଭା ନିର୍ବାଚନ ଥିବାରୁ କ୍ଷମତା ଦଖଲ ପାଇଁ ବି କସରତ। ଆକ୍ସନ ମୋଡରେ ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ । ଓଡିଶା ଆସୁଛନ୍ତି ଉଭୟ ଦଳର ସର୍ବୋଚ୍ଚ ନେତା। ଜାନୁଆରୀରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ କଂଗ୍ରେସର ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି।

Advertisment

ଜାନୁଆରୀରୁ ମୋଦିଙ୍କ ଗସ୍ତ ସହ ସରକାରଙ୍କ ବିରୋଧରେ ସଂଘର୍ଷକୁ ଶାଣିତ କରାଯିବ ବୋଲି ଇଶାରା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନିକଟରେ ଓଡିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ଏନେଇ ଆଲୋଚନା ହୋଇଥିବା ସେ କହିଛନ୍ତି। ଜାନୁଆରି ସୁଧା ସାଙ୍ଗଠନିକ କାମ ସାରିବା ସହ ହଳ କରି ଜମି ପ୍ରସ୍ତୁତ କରିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ସେ ନିଜେ ଆସି ପାଣି, ସାର ଦେବେ ବୋଲି କହିଥିବା ସୂଚନା ଦେଇଛନ୍ତି ଜୟନାରାୟଣ।

ଅନ୍ୟପଟେ ନିର୍ବାଚନ ପୂର୍ବରୁ ଜାନୁଆରୀ ୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ। ଯାହାକୁ ନେଇ ଉତ୍ସାହିତ ରାଜ୍ୟ ନେତୃତ୍ବ। ୧୪ ରାଜ୍ୟର ୮୫ ଜିଲ୍ଲାକୁ ଯୋଡି ୬ ହଜାର ୨୦୦ କିଲୋମିଟର ଚାଲିବେ ରାହୁଲ। ଝାଡଖଣ୍ଡରୁ ଓଡିଶା ଦେଇ ଛତିଶଗଡ ଯିବ ରାହୁଲଙ୍କ 
ନ୍ୟାୟ ଯାତ୍ରା। ପଶ୍ଚିମ ଓଡିଶାର କିଛି ଜିଲ୍ଲା ଦେଇ ରାହୁଲ ଓଡିଶା ଅତିକ୍ରମ କରିବେ। ତେଣୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶାବାଦୀ କଂଗ୍ରେସ ନେତା। ହେଲେ ବିଜେଡି କହିଛି ଯିଏ ଆସିଲେ ବି ପ୍ରଭାବ ପଡିବନି।

Advertisment

ନିକଟରେ ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକି ରୋଡମ୍ୟାପ ପ୍ରସ୍ତୁତ କରିଥିଲେ ଦୁଇ ଦଳ ବିଜେପି ଓ କଂଗ୍ରେସ। ପିସିସ ସଭାପତିଙ୍କ ସହ ବରିଷ୍ଠ ନେତା ମାନେ ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କୁ ଭେଟି ଷ୍ଟ୍ରାଟେଜି ସଂପର୍କରେ ଆଲୋଚନା କରିଥିଲେ। ସେହିପରି ବିଜେପିର ସମସ୍ତ ବିଧାୟକ ପ୍ରଧାନମନ୍ତ୍ରୀ ଏବଂ ନଡ୍ଡାଙ୍କୁ ଭେଟିଥିଲେ। ତାସହିତ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ରାଜ୍ୟ ବିଜେପି ସଭାପତିମାନଙ୍କ ସହ ସଙ୍ଗଠନର ସମୀକ୍ଷା କରିଥିଲେ ମୋଦି 
ଏବଂ ଶାହ। 

ଏବେ ଦେଖିବାର କଥା, ଦୁଇ ଜାତୀୟ ଦଳର କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଗସ୍ତରେ ଆସିବା ବେଳେ ବିଜେଡି ତଥା ନବୀନଙ୍କୁ ନେଇ କଣ ଆଭିମୁଖ୍ୟ ରହୁଛି।

Advertisment
BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ