Advertisment

ମନ୍ତ୍ରିମଣ୍ଡଳରେ ପୁରୁଣା ଓ ନୂଆ ଚେହେରା; ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ରିପିଟ୍

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ପୁରୁଣା ଓ ନୂଆ ଚେହେରା। ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ଏଥର ରିପିଟ୍ ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ନିର୍ମଳା ସୀତାରମଣ, ଏସ୍. ଜୟଶଙ୍କର ପ୍ରମୁଖ।

ଅଦ୍ୟତନ ହୋଇଛି
Modi Cabinet 3.0: Repeat Ministers

Modi Cabinet 3.0: Repeat Ministers

Advertisment

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ପୁରୁଣା ଓ ନୂଆ ଚେହେରା। ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ଏଥର ରିପିଟ୍ ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ନିର୍ମଳା ସୀତାରମଣ, ଏସ୍. ଜୟଶଙ୍କର, ପୀୟଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଭୂପେନ୍ଦ୍ର ଯାଦବ, କିରଣ ରିଜିଜୁ, ଜିତେନ୍ଦ୍ର ସିଂ।

Advertisment

ସେହିପରି ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡଭିୟ, ସର୍ବାନନ୍ଦ ସୋନୋୱାଲ, ଗିରିରାଜ ସିଂ, ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ଅନୁପ୍ରିୟା ପଟେଲ, ପ୍ରହଲ୍ଲାଦ ଯୋଶୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଏକାଧିକ ସାଂସଦଙ୍କୁ ପୁଣି ଥରେ ମୋଦି 3.0ରେ ସ୍ଥାନ ମିଳିଛି। ଏମାନଙ୍କ ବ୍ୟତୀତ ମୋଦି କ୍ୟାବିନେଟକୁ ଫେରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ସେ ୨୦୧୪ରୁ ୨୦୧୯ ଯାଏ ମୋଦିଙ୍କ ପ୍ରଥମ ପାଳି ସରକାରରେ ମନ୍ତ୍ରୀ ଥିଲେ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ତୃତୀୟ ପାଳିରେ ଜାଣନ୍ତୁ ଓଡ଼ିଶାରୁ କିଏ ପାଇଲେ ମନ୍ତ୍ରୀପଦ...

Advertisment

ସେହିପରି ଶିବରାଜ ସିଂ ଚୌହ୍ବାନ, ମନୋହଲ ଲାଲ ଖଟ୍ଟର, ଏଚ୍.ଡି. କୁମାରସ୍ବାମୀ, ଜିନତରାମ ମାଞ୍ଝୀଙ୍କ ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ବି କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଏନଡିଏ ସହଯୋଗୀ ଦଳର ୧୧ ମନ୍ତ୍ରୀ। ଟିଡିପି ଓ ଜେଡିୟୁକୁ ଦୁଇଟି ଲେଖାଏ ମନ୍ତ୍ରୀ ପଦ ମିଳିଛି। ସେହିପରି ଆରଏଲଡି, ଏଲଜେପି, ଜେଡିଏସ୍, ହାମ୍(ଏସ୍), ଅପନା ଦଳ(ଏସ୍), ଆରପିଆଇ, ଶିବସେନାରୁ ଜଣେ ଲେଖାଏ ମନ୍ତ୍ରୀ ହୋଇଛନ୍ତି।

ସହଯୋଗୀ ଦଳର ୫ ଜଣ ଟିଡିପିର କେ. ରାମମୋହନ ନାଇଡୁ, ଜେଡିୟୁର ଲଲନ ସିଂ, ହାମ୍(ଏସ୍)ର ଜିତନ ରାମ ମାଞ୍ଝି, ଜେଡିଏସର ଏଚ୍. ଡି. କୁମାରସ୍ବାମୀ ଓ ଏଲଜେପିର ଚିରାଗ ପାଶୱାନଙ୍କୁ ମିଳିଛି କ୍ୟାବିନେଟ୍ ପାହ୍ୟା। ସେହିପରି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଓ ଶିବସେନାର ପ୍ରତାପ ରାଓ ଯାଦବଙ୍କୁ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।

Advertisment

ଆରପିଆଇର ରାମଦାସ ଅଠାୱାଲେ, ଅପନା ଦଳର ଅନୁପ୍ରିୟା ପଟେଲ, ଟିଡିପିର ଚନ୍ଦ୍ରଶେଖର ପେମ୍ମାସାନୀ, ଜେଡିୟୁର ରାମନାଥ ଠାକୁର ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ମୋଟ୍ ୩୩ ନବାଗତଙ୍କୁ ତାଙ୍କ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମାନଙ୍କ ଭିତରେ ଏନଡିଏ ସହଯୋଗୀ ଦଳର ଅଛନ୍ତି ୭ ଜଣ ନବାଗତ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; ଜାଣନ୍ତୁ କିଏ ପାଇଲେ ମନ୍ତ୍ରୀପଦ...

PM Modi PM Narendra Modi Cabinet Ministers General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ