• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଚାର ସମୟରେ କରୋଟା କଟକଣାର ଧଜିଆ ଉଡ଼ିଲା । ଶହ ଶହ ଲୋକ ଗୋଟିଏ ସ୍ଥାନରେ ଠୁଲ ହେଲେ । ନିର୍ବାଚନ ପ୍ରଚାର ନେଇ ଥିବା କରୋନା କଟକଣାକୁ ଶାସକ ଦଳ ବିଧାୟକ ବେଖାତିର କରିଛନ୍ତି । କରୋନା ସମ୍ପୂର୍ଣ୍ଣ ଯାଇନଥିଲେ ସୁଦ୍ଧା ନିୟମ ନମାନି ଶହ ଶହ ସମର୍ଥକଙ୍କୁ ସାଙ୍ଗରେ ନେଇ ପ୍ରଚାର କଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ । ଖାଲି ଏତିକି ନୁହେଁ, ଖାଇବା ପାଖରେ ଖୁନ୍ଦାଖୁନ୍ଦି ଭିଡ଼ ଦେଖିବାକୁ ମିଳିଥିଲା ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଧାମରାକୁ ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଯାଇଥିଲେ ବ୍ୟୋମକେଶ ରାୟ । ଆଉ ସେହି ସମୟରେ  କରୋନା କଟକଣାକୁ ଫୁ କରି ଶହଶହ ଲୋକଙ୍କୁ ସାଥୀରେ ନେଇ ଚାଲିଲା ରାଲି । ଏପରିକି ବଡ଼ ସଭାର ଆୟୋଜନ କରିଥିଲେ ବିଜେଡ଼ି ବିଧାୟକ ବ୍ୟୋମକେଶ ରାୟ।  ଆୟୋଜିତ ସଭାରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ, ୫ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କା ଓ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବ୍ୟୋମକେଶ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।

ଏନେଇ ବିଧାୟକଙ୍କୁ ପଚାରିବାରୁ ସେ କରୋନା କଟକଣା ନିୟମ ପାଳନ କରାଯାଉଥିବା ସହିତ ଗାଁରେ ସଭା ହେଉଥିବାରୁ ଲୋକେ ଚାଲି ଆସିଥିବା କହିଥିଲେ । ବିଧାୟକଙ୍କ ସମାନ କଥାକୁ ଦୋହରାଇଥିଲେ ୨ନମ୍ବର ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ ।

ଚାନ୍ଦବାଲିରୁ ବାସୁଦେବ ଦାସଙ୍କ ରିପୋର୍ଟ