Advertisment

ନବ ମର୍ଡର ଷଡ଼ଯନ୍ତ୍ର ଅଭିଯୋଗ ପାଇଁ ଉପନିର୍ବାଚନ ଦାୟିତ୍ୱରୁ ବାଦ୍ ପଡ଼ିଲେ କି ସୁଶାନ୍ତ ସିଂ ?

ସବୁ ନିର୍ବାଚନରେ ସକ୍ରିୟ ଭୂମିକା, ଝାରସୁଗୁଡ଼ାରୁ ଆଉଟ୍

undefined

mla sushant Singh is out form Jharsuguda by election duty

Advertisment

ପ୍ରଥମେ ମନ୍ତ୍ରୀ ପଦରୁ ବିଦା, ଏବେ ଉପନିର୍ବାଚନ ଦାୟିତ୍ବରୁ ବି ଦୂରେଇଲେ ସୁଶାନ୍ତ ସିଂଙ୍କ ଉପରୁ ତୁଟୁଛି କି ବିଜେଡିର ଭରସା ? ନା ନବ ଦାସ-ସୁଶାନ୍ତଙ୍କ ମଧ୍ୟରେ ଥିବା ବିବାଦ କାରଣରୁ ଦିଆଗଲା ବାଦ୍? ବିଜେପୁର, ବ୍ରଜରାଜନଗର, ପଦ୍ମପୁର। ପଶ୍ଚିମ ଓଡ଼ିଶାର ୩-୩ଟି ହାଇପ୍ରୋଫାଇଲ୍ ବାଇଇଲେକ୍ସନରେ ସୁଶାନ୍ତ ସିଂଙ୍କୁ ବିଜେଡି ଦେଇଥିଲା ବଡ଼ ଦାୟିତ୍ୱ। ପ୍ରାର୍ଥୀ ଚୟନ ପ୍ରକ୍ରିୟାଠାରୁ ନିର୍ବାଚନ ପରିଚାଳନା ଯାଏଁ, ସବୁଠି ଥିଲା ସୁଶାନ୍ତଙ୍କ ଦବଦବା। ହେଲେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଘୋଷିତ ବିଜେଡିର ୩ ଜଣିଆ ପର୍ଯ୍ୟବେକ୍ଷକ ତାଲିକାରେ କିନ୍ତୁ ସୁଶାନ୍ତଙ୍କ ନାଁ ନଥିଲା।

Advertisment

ଏପରିକି ଗତକାଲି ବ୍ଲକୱାରୀ ଘୋଷଣା ହୋଇଥିବା ୧୨ ଜଣିଆ ଟିମ୍‌ରେ ବି ସୁଶାନ୍ତଙ୍କୁ ସ୍ଥାନ ମିଳିନାହିଁ। ଝାରସୁଗୁଡ଼ାରେ ଆୟୋଜିତ ବିଜେଡିର ପ୍ରାକ୍ ପ୍ରସ୍ତୁତି ବୈଠକରେ ମଧ୍ୟ ସୁଶାନ୍ତଙ୍କୁ ଦେଖିବାକୁ ମିଳିନଥିଲା। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ବରଗଡ଼ ସଂସଦୀୟ କ୍ଷେତ୍ର ଅଧିନରେ ରହିଛି, ଆଉ ସୁଶାନ୍ତ ସେହି ସଂସଦୀୟ କ୍ଷେତ୍ରର ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ। ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଝାରସୁଗୁଡ଼ାର ପଡ଼ୋଶୀ ନିର୍ବାଚନ ମଣ୍ଡଳୀ ବ୍ରଜରାଜନଗର ଉପନିର୍ବାଚନରେ ସୁଶାନ୍ତ ନେଇଥିଲେ ପ୍ରମୁଖ ଭୂମିକା। ହେଲେ ଝାରସୁଗୁଡା ବାଇଇଲେକ୍ସନ ପାଇଁ ଘୋଷଣା ହୋଇଥିବା ଟିମରେ ସୁଶାନ୍ତ ନଥିବାରୁ ବିଜେଡି ରାଜନୀତିରେ ଜୋରଦାର ଚର୍ଚ୍ଚା।

ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ ସୁଶାନ୍ତ ସିଂଙ୍କ ନାଁ ଥିବା ପୂର୍ବରୁ ବିରୋଧୀ ଅଭିଯୋଗ କରିଥିଲେ। ଆଉ ଏବେ ସେହି ଥିଓରୀ ଦର୍ଶାଇ ତାଙ୍କୁ ବାଦ୍ ଦିଆଯାଇଥିବା କହି ଘେରିଛନ୍ତି। କାହିଁକି ସୁଶାନ୍ତଙ୍କୁ ବିଜେଡିର ନିର୍ବାଚନ ପରିଚାଳନାରେ ସାମିଲ କରଗଲା ନାହିଁ ? ନବ ଦାସ ବିଧାୟକ ଓ ମନ୍ତ୍ରୀ ଥିବା ବେଳେ ସୁଶାନ୍ତ ସିଂଙ୍କ ସହ ଶୀତଳଯୁଦ୍ଧ ଲାଗି ରହିଥିଲା। ସୁଶାନ୍ତ ଯଦି ଝାରସୁଗୁଡ଼ା ଯାଆନ୍ତି, ତାହେଲେ ନବ ଦାସ ଗୋଷ୍ଠୀ ତାଙ୍କୁ ବିରୋଧ କରିବାର ଆଶଙ୍କା ରହିଛି।

Advertisment

ଅନ୍ୟପକ୍ଷରେ ନବଙ୍କ ପରିବାରଙ୍କ ପକ୍ଷରୁ ସୁଶାନ୍ତ ସିଂଙ୍କୁ ନେଇ ଆପତ୍ତି ଉଠାଯାଇଥିବାରୁ ତାଙ୍କୁ ବାଦ୍ ଦିଆଗଲା ବୋଲି ଝାରସୁଗୁଡାରୁ ରାଜଧାନୀ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। ସେପଟେ କେବେଳ ସୁଶାନ୍ତ ସିଂ ନୁହଁନ୍ତି ସମ୍ବଲପୁର ଜିଲ୍ଲାର ଟାଣୁଆ ବିଜେଡି ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମଧ୍ୟ ନିର୍ବାଚନ ପରିଚାଳନାରେ ସାମିଲ କରାଯାଇନାହିଁ। ନବ ଦାସ ହତ୍ୟାକାଣ୍ଡର ମୋଟିଭ୍ କଣ ତାହା ଏବେ ବି ସସପେନସରେ ରହିଛି। ଆସନ୍ତା ଉପନିର୍ବାଚନରେ ଏହାକୁ ହିଁ ବିରୋଧୀ ପ୍ରମୁଖ ପ୍ରସଙ୍ଗ କରିବେ ବୋଲି କୁହାଯାଉଛି।

(ରିପୋର୍ଟ: ଝାରସୁଗୁଡାରୁ ଭାଗିରଥୀ ସାହୁ, କଣ୍ଟାବାଂଜିରୁ ଅନ୍ତିମ ପାଣିଗ୍ରାହୀ ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)

Advertisment
BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ