Pradeep panigrahi
ଭୁବନେଶ୍ୱରରେ ଇଡିରେ ହାଜର ହେଲେ ସୁଜାତା ପାଣିଗ୍ରାହୀ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଇଡି ଅଫିସ୍ରେ ହାଜର ହେଇଛନ୍ତି । ପୂର୍ବତନ IFS ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ ତାଙ୍କୁ ଇଡିରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା । ଏହି ଆଧାରରେ ସେ ଆଜି ହାଜର ହୋଇଛନ୍ତି । ଗତକାଲି ପ୍ରଦୀପଙ୍କ ଝିଅଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା ଇଡି ।
ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବର୍ଷେ ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ହାଜର ହୋଇଥିଲେ । ତାଙ୍କୁ ୯ ଘଣ୍ଟା ଧରି ଇଡି ଜେରା କରିଥିଲା । IFS ଅଭୟ ପାଠକଙ୍କ ପୁଅ ଆକାଶ ପାଠକ ଠକେଇ ଲିଙ୍କ୍ ମାମଲାରେ ଗୋପାଳପୁରର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ୨୦୨୦ ଡ଼ିସେମ୍ବରରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍ ।
ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା । ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଥିଲା । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା ।
ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର କାର ଡିଭିଜନର ଇନ୍ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ବୋଲି କହୁଥିଲେ । ଏହାସହ ଲୋକଙ୍କୁ ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ । ଆଉ ପ୍ରଦୀପ ତାଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ । ଏଭଳି ଅପରାଧରେ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ଦର୍ଶାଇଥିଲା ।
ଜୁନ୍ ୨୦୨୧ରେ ଝାରପଡ଼ା ଜେଲରୁ ମୁକୁଳିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ରହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666161212.jpg)