MLA Pradeep Panigrahi
ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୂରି ଭୂରି ପ୍ରଶଂସା। ବିଜେପି ଆଡକୁ ଢଳୁଛନ୍ତି କି ପ୍ରଦୀପ ପାଣିଗ୍ରାହୀ? ଆସନ୍ତାକାଲି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବାକୁ ଥିବା ବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି।
କହିଛନ୍ତି, ଓଡ଼ିଶାକୁ ବହୁତ ଗୁରୁତ୍ୱ ଦେଉଛନ୍ତି ମୋଦି। ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ତେବେ ଓଡ଼ିଆ ଝିଅ ହୋଇଥିବାରୁ ସେ ବିବେକ ଅନୁସାରେ ଦ୍ରୌପଦୀଙ୍କୁ ଭୋଟ୍ ଦେବେ ବୋଲି କହିଛନ୍ତି। ଏବେ ମୁଁ ସ୍ୱାଧୀନ ବିଧାୟକ ଅଛି ବୋଲି ମଧ୍ୟ କହିଛନ୍ତି ଗୋପାଳପୁର ବିଧାୟକ। ପୂର୍ବରୁ ବିଜେଡିରେ ଅଛନ୍ତି ବୋଲି ଦୃଢ ସ୍ୱରରେ କହିଥିଲେ ପ୍ରଦୀପ ପାଣିଗ୍ରାହୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657194958.jpg)