Advertisment

'ଆଶା ଥିଲା, ବିଜେଡି ଭଲ ମାର୍ଜିନରେ ଜିତିବ କିନ୍ତୁ...'

ପରାଜୟର ସମୀକ୍ଷା ହେବାର ଆବଶ୍ୟକତା ଅଛି।

ଅଦ୍ୟତନ ହୋଇଛି
Dhamnagar Bypoll

Dhamnagar Bypoll

Advertisment

ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ଏଥର ବଡ଼ ବ୍ରେକ୍ ଲାଗିଛି। ଧାମନଗରର ଅପ୍ରତ୍ୟାଶିତ ଫଳାଫଳ ଦଳକୁ ଦେଇଛି ଶକ୍ତ ଧକ୍କା। ୨୦୦୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ କୌଣସି ଉପନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛି ବିଜେଡି, ଫୁସକି ଯାଇଛି ଶଙ୍ଖ। ପ୍ରମାଣିତ ହୋଇଛି- ବିଜେଡି ନା ତ ଅପରାଜେୟ, ନା ହିଁ ଅପ୍ରତିଦ୍ୱନ୍ଦ୍ୱୀ। ନବୀନଙ୍କ ପଞ୍ଚମ ପାଳିରେ ଧାମନଗରକୁ ଛାଡ଼ି ୨୦୧୯ ଠୁ ୨୦୨୨ ଭିତରେ ରାଜ୍ୟର ୫ଟି ଆସନରେ ହୋଇଥିଲା ଉପନିର୍ବାଚନ।

Advertisment

ଧାମନଗର ପରାଜୟକୁ ନେଇ ଆରମ୍ଭ ହୋଇଯାଇଛି ମାନସମନ୍ଥନ। ଧାମନଗରରେ ବିଜେଡିର ପରାଜୟ ପାଇଁ ରାଜୁ ଦାସ ଏକ କାରଣ ବୋଲି ମାନିଛନ୍ତି ବିଧାୟକ ବିଷ୍ଣୁବ୍ରତ ରାଉତରାୟ। ବାସୁଦେବପୁରର ବିଜେଡି ବିଧାୟକ ବିଷ୍ଣୁବ୍ରତ ରାଉତରାୟ କହିଛନ୍ତି, ନିଶ୍ଚିତ ଭାବେ କିଛି ଭୁଲ ରହିଗଲା। ଆଶା ଥିଲା, ବିଜେଡି ଭଲ ମାର୍ଜିନରେ ଜିତିବ। ପରାଜୟର ସମୀକ୍ଷା ହେବାର ଆବଶ୍ୟକତା ଅଛି। ରାଜୁ ଦାସ ଦଳର ପୁରୁଣା ଲୋକ ଥିଲେ। ତେଣୁ ତାଙ୍କର ପ୍ରଭାବ ନିଶ୍ଚିତ ଭାବେ ରହିଛି। 

କିନ୍ତୁ କେତେ ପ୍ରଭାବ ପଡ଼ିଲା, ସମୀକ୍ଷା ପରେ ତାହା ଜଣାପଡ଼ିବ। ବିଷ୍ଣୁ ସେଠୀଙ୍କ ବିୟୋଗ ଯୋଗୁଁ ତାଙ୍କ ପୁଅ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରତି ଅନୁକମ୍ପା ମଧ୍ୟ ଥିଲା। ଏହା ବି ଏକ ଫ୍ୟାକ୍ଟର। ଧାମନଗର ପରାଜୟର ଅନ୍ୟ କାରଣ ଉପରେ ବି ସମୀକ୍ଷା ହେବ ବୋଲି କହିଛନ୍ତି ବିଷ୍ଣୁବ୍ରତ। ତେବେ ପଦ୍ମପୁରରେ ସଂଗଠନ ମଜଭୁତ ଅଛି। ବିଜେଡି ପ୍ରତି ଅନୁକମ୍ପା ମଧ୍ୟ ରହିଛି। ଭଲ ପ୍ରଦର୍ଶନ ହେବ ବୋଲି ଦୃଢ ଭାବେ କହିଛନ୍ତି ବିଷ୍ଣୁବ୍ରତ ରାଉତରାୟ। 

Advertisment

୨୦୧୯ରେ ବିଜେପୁର, ୨୦୨୦ରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ, ୨୦୨୧ରେ ପିପିଲି ଏବଂ ଚଳିତବର୍ଷ ମେରେ ବ୍ରଜରାଜନଗର ୫ଟି ଯାକ ବାଇଲେକ୍ସନରେ କହିବାକୁ ଗଲେ ବିଜେଡି ଏକତରଫା ବିଜୟ ହାସଲ କରିଥିଲା। ଲାଗୁଥିଲା ଯେମିତି ନବୀନ ମ୍ୟାଜିକର କିଛି ବି ତୋଡ଼ ନାହିଁ। ହେଲେ ଏସବୁ ଭୁଲ୍ ବୋଲି ଆଜି ପ୍ରମାଣ କରିଦେଇଛନ୍ତି ଧାମନଗର ଭୋଟର୍। 

BJD BJP Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ