Advertisment

ବିଜେପି ବିଧାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଜେଡି କର୍ପୋରେଟର ଅମରେଶ ଜେନା

ବିଜେପି ବିଧାୟକ ବାବୁ ସିଂଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିଜେଡି କର୍ପୋରେଟର ଅମରେଶ ଜେନା। ୨୫ ବର୍ଷ ହେଲା ବାବୁ ଆମ ସହ ଅଛନ୍ତି କହିଲେ ଅମରେଶ ।

ଅଦ୍ୟତନ ହୋଇଛି
MLA Babu Singh

MLA Babu Singh

Advertisment

କୁହାଯାଏ ରାଜନୀତିରେ କିଛି ବି ସମ୍ଭବ । ବିରୋଧି ଓ ଶାସକଙ୍କ ଭିତରେ ଘମାସନ୍ ଓ ସମାଲୋଚନା ଭିତରେ ବେଳେବେଳେ ପ୍ରଶଂସା ମଧ୍ୟ ଦେଖିବାକୁ ମିଳେ, କିନ୍ତୁ ବହୁତ କମ୍ ସମୟରେ ଦେଖିବାକୁ ମିଳେ । ସେମିତି କିଛି ରୋଚକ ଦୃଶ୍ୟ ଭୁବନେଶ୍ୱର ରାଜନୀତିରେ ଦେଖିବାକୁ ମିଳିଛି । ବିଜେପି ବିଧାୟକ ବାବୁ ସିଂଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅମରେଶ ଜେନା ।

Advertisment

ଦେଖିବାକୁ ମିଳିଛି ଭୁବନେଶ୍ବର ରାଜନୀତିରେ ରୋଚକ ଦୃଶ୍ୟ। ଏକାମ୍ର ବିଧାୟକ ବାବୁ ସିଂଙ୍କୁ ପ୍ରଶଂସାରେ ପୋତିଲେ ବିଜେଡି କର୍ପୋରେଟର ଅମରେଶ ଜେନା । ରାଜଧାନୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ବାବୁଙ୍କୁ ପ୍ରଶଂସା କରିଛନ୍ତି ଅମରେଶ ।

କହିଛନ୍ତି, ସେ ଆଜି ନୁହେଁ ୨୫ ବର୍ଷ ହେଲାଣି ଆମ ସହ ଅଛନ୍ତି। ସେ ଦଳ ପରିବର୍ତ୍ତନ କଲେ ମଧ୍ୟ ତାଙ୍କ ସ୍ବଭାବ ପରିବର୍ତ୍ତନ ହେବ ନାହିଁ। ତାଙ୍କର କାମ କରିବାର ସ୍ପୃହା ଅଛି। ସେ କାଲି ସକାଳେ ମଧ୍ୟ ଆମ ସହ ଥିଲେ। ଆଜି ସକାଳେ ମଧ୍ୟ ଆମକୁ ଡାକୁଛନ୍ତି। ଲୋକମାନେ ଆମକୁ ଭୋଟ ଦେଇଛନ୍ତି, ଆମେ ବିକାଶ ସହ ରହିବୁ। ଦଳ ନୁହେଁ ଯିଏ କାମ କରିବେ ଆମେ ତାଙ୍କ ସହ ଯିବୁ।

Advertisment

ଅପରପକ୍ଷରେ ବିଧାୟକ ବାବୁ ସିଂ ମଧ୍ୟ କହିଛନ୍ତି ଯେ କୌଣସି ଦଳକୁ ନେଇ ଆମେ ଚାଲୁ ନାହୁଁ ।  ମୁଁ ଏକାମ୍ରର ତଥା ଭୁବନେଶ୍ୱର ବିଧାୟକ ଭାବରେ ଭୁବନେଶ୍ୱରର ଉନ୍ନତି କରିବା ମୋର ଲକ୍ଷ । ଭୁବନେଶ୍ୱରର ଉନ୍ନତି ପାଇଁ ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା ମୋର ଲକ୍ଷ ରହିବ ।

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ