Advertisment

ପଲିଟିକ୍ସରେ ପଶିବନି SHG ! ରାଜ୍ୟରେ ବନ୍ଦ ହେବନି ବରଂ ଦୌଡ଼ିବ ମିଶନ ଶକ୍ତି

ଭୋଟ୍ ବ୍ୟାଙ୍କରେ ଗଣା ହେବନି କି ପଲିଟିକ୍ସରେ ପଶିବନି SHG । ବିଜେପି ସରକାରରେ ମିଶନ ଶକ୍ତିକୁ ଗୁରୁତ୍ୱ ।

undefined

Mission Shakti

Advertisment

ବନ୍ଦ ହେବନି ବରଂ ଦୌଡ଼ିବ ମିଶନ ଶକ୍ତି। ବଦଳିବ ମିଶନ ଶକ୍ତି କାୟାକଳ୍ପ। ଭୋଟ୍ ବ୍ୟାଙ୍କରେ ଗଣା ହେବେନି ମିଶନ ଶକ୍ତି ମହିଳା। ରାଜନୀତିରେ ବି ପଶିବେନି SHG ସଦସ୍ୟା। ବିଜେପି ନୂଆ ସରକାରରେ ମିଶନ ଶକ୍ତିକୁ ଗୁରୁତ୍ୱ। ଛୁଟି ଦିନରେ ବି ମନ୍ତ୍ରୀଙ୍କ ବିଭାଗ ସମୀକ୍ଷା। ଆଜି ଦିନ ୧୧ ଟା ବେଳେ ମିଶନ ଶକ୍ତି ବିଭାଗରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତି ସଚିବ ଶାଲିନୀ ପଣ୍ଡିତ ଏବଂ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କ ସହ ବିଭାଗୀୟ ଅଧିକାରୀ ଦେଇଥିଲେ ଅଢେଇ ଘଣ୍ଟାର ପ୍ରେଜେଣ୍ଟସନ। 

Advertisment

୧୯ଟି ବିଭାଗ ସହ ଅନୁବନ୍ଧିତ ହୋଇ କେମିତି କାର୍ଯ୍ୟ କରୁଛି ମିଶନ ଶକ୍ତି? ଆଉ କେଉଁଠି ରହୁଛି ସମସ୍ୟା? ସମୀକ୍ଷା ପରେ ମିଶନଶକ୍ତି ଏକ ମାଇକ୍ରୋ ସରକାର ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ। ଏହା ସହ ଆଗକୁ ରାଜ୍ୟରେ ଡ୍ରୋନ୍ ଦିଦି, ଲକ୍ଷପତି ଦିଦି କରିବାରେ ରାଜ୍ୟକୁ ୧ ନଂ କରିବା ପାଇଁ ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମନ୍ତ୍ରୀ।

ରାଜ୍ୟରେ ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ସ୍ବୟଂ ସହାୟକ ଗ୍ରୁପରେ ପ୍ରାୟ ୭୦ ଲକ୍ଷ ସଦସ୍ୟା ରହିଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ କେନ୍ଦ୍ରରେ ବିଜେପି ସରକାର ଆରମ୍ଭ କରିଥିଲା ଏସଏଚଜି। ମହିଳା ସଶକ୍ତୀକରଣ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ହେଲେ ପରବର୍ତ୍ତୀ ସମୟରେ ଓଡ଼ିଶାରେ ନବୀନ ସରକାର ଏହି ଗୋଷ୍ଠୀଗୁଡିକୁ ସଂଗଠିତ କରି ନିଜ ଭୋଟ୍ ବ୍ୟାଙ୍କ ଭଳି ବ୍ୟବହାର କରୁଥିବା ନାନା ଅଭିଯୋଗ ଆସିଥିଲା।

Advertisment

କେନ୍ଦ୍ରୀୟ ଅନୁଦାନରେ ଏସଏଚଜିଙ୍କୁ ମାଗଣା ଋଣ, ସ୍କୁଟି, ମୋବାଇଲ ନିଜେ ଦେଉଥିବା କହି ଭୋଟ୍ ହାତେଇବାକୁ ଚେଷ୍ଟା କରୁଥିଲେ। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରୁ SHG ମହିଳା ଟଙ୍କା ବାଣ୍ଟୁଥିବାର ଅଭିଯୋଗ ମଧ୍ୟ ଆସଥିଲା। ଯାହା ପୂରା ଯୋଜନା ଆଉ ବିଭାଗକୁ ବଦନାମ କରିଦେଇଥିଲା। ଏଣୁ ନୂଆ ସରକାରଠୁ ଅନେକ କିଛି ଆଶା ରଖିଛନ୍ତି SHG ମହିଳା।

ମିଶନ ଶକ୍ତିର ପରିବର୍ତ୍ତିତ ରୂପରେଖ କଣ ହେଉଛି ଏବଂ ତାକୁ କେମିତି ଟ୍ରାକକୁ ଫେରାଉଛନ୍ତି ସରକାର, ତା ଉପରେ ନଜର। 

Advertisment

Mission Shakti SHG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ