Advertisment

ଗୋଟିଏପଟେ ଚାଲିଛି ନିର୍ବାଚନ, ଅନ୍ୟପଟେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ

ଆଜି ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଗୋଟିଏପଟେ ନିର୍ବାଚନ ଚାଲି ଥିବାବେଳେ ଅନ୍ୟପଟେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଛି।

Odisha Panchayat Elections

Odisha Panchayat Elections

Advertisment

ଆଜି ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ସମୟର ହିଂସାକାଣ୍ଡ ନଦୋହରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ମତଦାନ ଚାଲିଛି। ଗୋଟିଏପଟେ ନିର୍ବାଚନ ଚାଲି ଥିବାବେଳେ ଅନ୍ୟପଟେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ ଦେଖିବାକୁ ମିଳିଛି।

Advertisment

ଭୋଟ୍‌ ବାକ୍ସକୁ ନେଇ କିଛି ଦୁର୍ବୃତ୍ତ ପଳାଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା ସଦର ବ୍ଲକର ପଟସରାରେ ଏହି ଘଟଣା ଘଟିଛି। ଫଳରେ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର  ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ବୃତ୍ତମାନେ ଗୋଟିଏ ବୁଥ୍‌ର ଭୋଟ୍ ବାକ୍ସକୁ ଭାଙ୍ଗିବା ସହ ଅନ୍ୟ ଏକ ବୁଥ୍‌ର ଭୋଟ୍ ବାକ୍ସ ନେଇ ପଲାଇଛନ୍ତି। ଘଟଣା ପରେ ମତଦାନକୁ ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି। 

ଅନ୍ୟପକ୍ଷେ, ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ନାଥସାହିରେ ପୋଲିସ ଉପରକୁ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯୁବକମାନେ ଭୋଜି କରୁଥିବା ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଘଟଣାକୁ ନେଇ ପୋଲିସ୍‌-ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ପୋଲିସ୍‌ ଗାଡ଼ି ଭଙ୍ଗାରୁଜା ହୋଇଥିଲା। ଘଟଣାରେ ୨ ଜଣ ପୋଲିସ୍‌ଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

Advertisment

ସେପଟେ ନାଉଗାଁ କୋରୁଅ ପଞ୍ଚାୟତରେ ଗତକାଲି ରାତିରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗାଡ଼ି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। 

Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ