Advertisment

ମୁହଁ ଖୋଲିଲେ ମନ୍ତ୍ରୀ, ହେଲେ ପ୍ରସଙ୍ଗ ଏଡ଼ାଇ ଦେଲେ...

ଯେହେତୁ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣି ନାହାନ୍ତି, ତେଣୁ ଏ ସମ୍ପର୍କରେ କୌଣସି ମତ ରଖିବାକୁ ଉଚିତ୍‌ ମନେ କରୁନଥିବା ମନ୍ତ୍ରୀ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଦାୟୀ ନେଇ ପୂର୍ବରୁ ଏକ ଅଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା।

ଅଦ୍ୟତନ ହୋଇଛି
Minister Samir Dash Over BJD Leader Dharmendra Sahoo Death Case

Minister Samir Dash Over BJD Leader Dharmendra Sahoo Death Case

Advertisment

ମୁହଁ ଖୋଲିଲେ, ହେଲେ ପ୍ରସଙ୍ଗ ଏଡ଼ାଇ ଦେଲେ। ପୁରୀ ଜିଲ୍ଲା ୧୧ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁହଁ ଖୋଲିଥିଲେ ମଧ୍ୟ ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ପରିବାର ପକ୍ଷରୁ ସିଧାସଳଖ କିଛି ଅଭିଯୋଗ ଆସିଥିଲେ ସେ ଏହାର ଜବାବ ରଖିଥାନ୍ତେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। 

Advertisment

ଯେହେତୁ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣି ନାହାନ୍ତି, ତେଣୁ ଏ ସମ୍ପର୍କରେ କୌଣସି ମତ ରଖିବାକୁ ଉଚିତ୍‌ ମନେ କରୁନଥିବା ମନ୍ତ୍ରୀ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଦାୟୀ ନେଇ ପୂର୍ବରୁ ଏକ ଅଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଥିଲା।

ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଲକ୍ଷ୍ମୀବିହାର ବାସଭବନରୁ ଗତ ଶନିବାର ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ମାମଲାରେ ପୋଲିସ ଛାନ୍‌ଭିନ୍‌ ଚଳାଇଥିଲେ ମଧ୍ୟ ଏଯାଏ ମାମଲା ଉପରୁ ପରଦା ହଟାଇ ପାରିନି। ଘଟଣାର ୭ ଦିନ ପରେ ନିମାପଡ଼ା ଗୋପଠାରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରାଯାଇଥିଲା। ଏଥିରେ ମନ୍ତ୍ରୀ ସମୀର ଦାଶଙ୍କ ସହ ବିଜେଡିର ବହୁ କର୍ମୀ ସାମିଲ ହୋଇଥିଲେ।

Advertisment

ସସ୍‌ପେନ୍ସରେ ଥିବା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି। ସାମ୍ନାକୁ ଆସିଥିବା ଏକ ଅଡିଓ ଯେଉଁଥିରେ ରହିଛି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନାଁ। ଭାଇରାଲ ହେଉଥିବା ଏହି ଅଡିଓରେ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର, ବନ୍ଧୁ ଅକ୍ଷୟଙ୍କ ସହ ମୋବାଇଲେ କଥା ହୋଇଥିବା କୁହାଯାଉଛି। ଏହି ଅଡିଓକୁ ଆଧାର କରି ମନ୍ତ୍ରୀ ସମୀର ଦାସ ଇସ୍ତଫା ଦେବା ସହ ତଦନ୍ତର ସାମ୍ନା କରନ୍ତୁ ବୋଲି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। 

BJD Leader Dharmendra Sahoo Death BJD Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ