Advertisment

ବିଧାନସଭାରେ କହିଲେ ମନ୍ତ୍ରୀ, ତାମିଲ ବାବୁଙ୍କ ପାଇଁ ସରକାର କଲା BJP

ତେବେ ଏନେଇ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି, ଭିକେ. ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ ଏବଂ ତାଙ୍କ ତତ୍ତ୍ୱାବଧାନରେ ରାଜ୍ୟରେ ବହୁତ ଉନ୍ନତିମୂଳକ କାମ ହୋଇଛି।

BJP

BJP

Advertisment

ବିଜେପିର ସ୍ଥାୟିତ୍ୱ, ତାମିଲ ବାବୁଙ୍କ ଦାୟିତ୍ୱ । ଏକଥା ଆମେ କହୁନୁ ବିଧାନସଭାରେ ବିଜେପି ବିଧାୟକ ବିଭୁତି ପ୍ରଧାନଙ୍କ ଏଭଳି ବିବୃତ୍ତିକୁ ନେଇ ଚର୍ଚ୍ଚା। କୃଷିବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଧାୟକ ବିଭୁତି କହିଥିଲେ- ବିଜେଡି ସରକାରରେ ଜଣେ ଛାୟା, ଜଣେ କାୟା ମୁଖ୍ୟମନ୍ତ୍ରୀ ଥିଲେ। ଛାୟା ମୁଖ୍ୟମନ୍ତ୍ରୀ ସାଜିଥିବା ଜଣେ ଅଫିସର, ସେ କେବେ ବିଧାନସଭା ଆସିନାହାନ୍ତି। କାୟା ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସନ୍ତି ନାହିଁ। ଯାହା ଆମେ ଟିଭିରେ ଦେଖିଛୁ।

Advertisment

ବିଧାନସଭାରେ କିଛି ଦିନ ହେଲା.. ୨୪ ବର୍ଷ, ତାମିଲ, ଅଣ ଓଡିଆ ଏବଂ ଓଡ଼ିଆ ଅସ୍ମିତା ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି। ଯାହାକି ଗିନିଜ୍‌ ବୁକ୍ ରେକର୍ଡରେ ବୋଧେ ସ୍ଥାନ ପାଇବ। ଆମେ ଏହା ଆଗକୁ ୫ ବର୍ଷ ପର୍ଯ୍ୟନ୍ତ ଏମିତି ବି କହିବୁ କିନ୍ତୁ ସ୍ପଷ୍ଟ କରି ଦେଉଛି ଯେ ତାମିଲ- ମାନେ ସବୁ ତାମିଲଙ୍କୁ କହୁନୁ।

ସେହିପରି ଅଣ ଓଡିଆ କହି ସବୁ ଅଣ ଓଡିଆଙ୍କୁ ଆକ୍ଷେପ କରୁନାହୁଁ। ଧନ୍ୟବାଦ ଦେବାକୁ ଚାହୁଁଛି, ସେହି ତାମିଲ ବାବୁଙ୍କ ପାଇଁ ବିଜେପି ଆଜି ସରକାରରେ। ଥରେ ପେପରରେ ଦେଖିଥିଲି କୋଣାର୍କ ସ୍ଥାୟିତ୍ୱ ଢ଼ଳେଇର ଦାୟିତ୍ୱ। ସେହିପରି ବିଜେପିର ସ୍ଥାୟିତ୍ୱ ତାମିଲ ବାବୁଙ୍କ ଦାୟିତ୍ୱ। ସିଏ ଯେତେ ଦିନ ପର୍ଯ୍ୟନ୍ତ ଏରୋଡ୍ରମ୍ ଫିଲିଡ଼ ଯାଉଥିବେ ଆମକୁ କେହି ଟ୍ରେଜେରି ବେଞ୍ଚରୁ ହଟାଇ ପାରିବେ ନାହିଁ। ଶଙ୍ଖର ରଙ୍ଗ ଧଳା ବଦଳରେ ସବୁଜ କରିଦେଲେ ବୋଲି ଆଜି ସେମାନେ ଟ୍ରେଜେରି ବେଞ୍ଚରୁ ବିରୋଧୀ ଆସନରେ ବସିଛନ୍ତି।

Advertisment

ତେବେ ଏନେଇ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି, ଭିକେ. ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ ଏବଂ ତାଙ୍କ ତତ୍ତ୍ୱାବଧାନରେ ରାଜ୍ୟରେ ବହୁତ ଉନ୍ନତିମୂଳକ କାମ ହୋଇଛି।

BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ