ବରମୁଣ୍ଡା ପଡିଆରେ ବିଜେଡିର ପ୍ରତିନିଧୀ ସମ୍ମିଳନୀରେ କହୁ କହୁ ଏମିତି କିଛି କହିଦେଲେ ଯେ ଯାହାକୁ ନେଇ ବିବାଦ ଘେରକୁ ଆସିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ୨ ଦିନିଆ କର୍ମୀ ସମ୍ମିଳନୀରେ ପ୍ରମିଳା କହିଛନ୍ତି, କିଛି ନେତା କେବଳ ଆମକୁ ଗାଳି ଦେଉଛନ୍ତି । ହେଲେ କିଛି ଲାଭ ହେବନି । ଏଇଠି ଯାହା ହୋଇଛି କେବଳ ନବୀନ ବାବୁଙ୍କ ପାଇଁ ହୋଇଛି । ଅନ୍ୟମାନେ ଆସିବେ ଆପଣଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ୍ ନେବେ। ହେଲେ କିଛି ଲାଭ ମିଳିବ ନାହିଁ ।
Also Read
ଖାଲି ଏତିକି ନୁହେଁ ବରଂ ଗତ ନିର୍ବାଚନରେ ସେ କୁଆଡେ ବିଭିନ୍ନ କାନ୍ଥରେ ଦେଖିଥିଲେ କି ବିଜେପି ୧୨୦ ହେବ ଏବଂ କଂଗ୍ରେସ ଉପରକୁ ଉଠିବ । ଏହି ଲେଖାକୁ କଟାକ୍ଷ କରି ପ୍ରମିଳା କହିଛନ୍ତି କି, ବିଜେପି କଣ ଗୋଟାଏ କଢ଼ ସେ ଫୁଟିବ ? ନାଁ କଂଗ୍ରେସ ଶୋଇ ପଡିଛି ପୁଣି ଉଠିବ ? ଯାହାକୁ ନେଇ ସଭା ମଂଚରେ କିଛି ସମୟ ପାଇଁ ହାସ୍ୟପରିବେଶ ସୃଷ୍ଟି ହୋଇଥିଲା ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଓଡିଶା ଗସ୍ତ ସମୟରେ ବିଜେଡି ବି କରିଥିଲା ବିଶାଳ କାର୍ଯ୍ୟକ୍ରମର ଆୟୋଜନ । ଆଉ ଏଠାରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଅଂଟା ଭିଡିଥିଲେ ଦଳର ବରିଷ୍ଠ ନେତା ଓ କର୍ମୀ । କେମିତି ନିର୍ବାଚନରେ ବିଜୟ ହେବେ ସେନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉ ଦେଉ ଏତେ ଅଧିକ ଉତ୍ସାହିତ ହୋଇ ପଡିଥିଲେ ମନ୍ତ୍ରୀ ଯେ, କହୁ କହୁ ବିଜେପିକୁ କଢ଼ ଓ କଂଗ୍ରେସକୁ ଶୋଇ ପଡିଛି ଆଉ ଉଠିବନି ବୋଲି କହିଦେଇଥିଲେ ପ୍ରମିଳା । ତେବେ ବିଜେଡି-ବିଜେପି ତୁ ତୁ ମେଁ ମେଁ ଭିତରେ ପ୍ରମିଳାଙ୍କ ଏହି ବ୍ୟକ୍ତବକୁ ନେଇ ରାଜନୀତି ଜୋର ଧରିଛି ।