Advertisment

BIG BREAKING: ପ୍ରମିଳା ମଲ୍ଲିକ୍ ହେବେ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି..!

୨୧ ତାରିଖରେ ହେବାର ଥିଲା ବିଧାନସଭା ବାଚସ୍ପତି ନିର୍ବାଚନ। କିନ୍ତୁ ଏବେ ୨୨ ତାରିଖରେ ହେବ । ନୂଆଁଖାଇ ପାଇଁ ଗୋଟିଏ ଦିନ ଏହି ନିର୍ବାଚନକୁ ଘୁଞ୍ଚାଯାଇଛି ।

ଅଦ୍ୟତନ ହୋଇଛି
Pramila Mallick

Pramila Mallick

Advertisment

ସରିଲା ସସ୍‌ପେନ୍ସ । ପ୍ରମିଳା ମଲ୍ଲିକ ହେବେ ବିଜେଡି ବାଚସ୍ପତି ପ୍ରାର୍ଥୀ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା । ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ବିଜେଜିର ପଞ୍ଚମ ପାଳି ସରକାରରେ ରାଜସ୍ୱ ମନ୍ତ୍ରୀ ଥିବା ପ୍ରମିଳା ୬ ଥର ବିଧାୟିକା ହୋଇସାରିଛନ୍ତି। ସେହିଭଳି ବିଜେଡି ସରକାରରେ ଏକାଧିକ ବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମନ୍ତ୍ରୀ ରହିଥିଲେ। ପ୍ରମିଳା ମଲ୍ଲିକ ବାଚସ୍ପତି ହେଲେ ସେ ହେବେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି।

Advertisment

୨୧ ତାରିଖରେ ହେବାର ଥିଲା ବିଧାନସଭା ବାଚସ୍ପତି ନିର୍ବାଚନ। କିନ୍ତୁ ଏବେ ୨୨ ତାରିଖରେ ହେବ । ନୂଆଁଖାଇ ପାଇଁ ଗୋଟିଏ ଦିନ ଏହି ନିର୍ବାଚନକୁ ଘୁଞ୍ଚାଯାଇଛି । ନୂଆଁଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚିଥିବା ସୂଚନା ମିଳିଛି । ନିର୍ବାଚନ ଘୁଞ୍ଚାଇବା ଦାବିରେ ବାଚସ୍ପତି ନିର୍ବାଚନ ବର୍ଜନ ପାଇଁ କଂଗ୍ରେସ ଓ ବିଜେପି ଘୋଷଣା କରିଥିଲେ। କାହିଁକି ନା ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ୨ ଦିନ ଧରି ପାଳନ କରାଯାଏ । କିନ୍ତୁ ବାରମ୍ବାର କହିବା ପରେ ବି ତାରିଖ ବଦଳା ଯାଉନଥିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ । ନୂଆ ନିଷ୍ପତି ଅନୁଯାୟୀ ୨୨ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ।

କିଏ ହେବେ ନୂଆ ବାଚସ୍ପତି, ତାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଥିଲା । ରେସ୍‌ରେ ଥିଲେ ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁ । କିନ୍ତୁ ସେ ସମସ୍ତଙ୍କୁ ବାଦ୍‌ ଦେଇ ବାଚସ୍ପତି ପଦବୀରେ ବସିବେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ୍ । ତେବେ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିଲା । 

Advertisment

ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରଠାରୁ ଖାଲି ରହିଛି ବିଧାନସଭାର ବାଚସ୍ପତି ପଦବୀ । ବିଧାନସଭା ବାଚସ୍ପତି ପଦକୁ ନେଇ ଦୀର୍ଘ ଦିନ ଧରି ଜାରି ରହିଥିଲା ସସପେନ୍ସ । ଦୀର୍ଘ ୩ ମାସରୁ ଅଧିକ ସମୟ ବିତିଥିଲେ ବି ପୂରଣ ହୋଇନଥିଲା ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ। ପୂର୍ବରୁ କଂଗ୍ରେସ ଏହାକୁ ପରମ୍ପରା ବିରୋଧୀ କହି ବର୍ଷିଥିଲା ବେଳେ ବିଜେପି ବି ଅଗଣତାନ୍ତ୍ରିକ କହି ସମାଲୋଚନା କରିଥିଲା ।

ମେ ୧୨ ତାରିଖର କଥା। ହଠାତ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ଆଉ ପରେ ଅର୍ଥମନ୍ତ୍ରୀ ହୋଇଥିଲେ ବିକ୍ରମ ଆରୁଖ। ହେଲେ ସେବେଠୁ ବାଚସ୍ପତି ପଦ ଖାଲି ପଡ଼ିଛି ଯେ ପଡ଼ିଛି। ଯାହାକୁ ନେଇ ନାନା ଚର୍ଚ୍ଚା ନାନା ଆଲୋଚନା ଲାଗି ରହିଥିଲା । ସେବେଠୁ ଉପ ବାଚସ୍ପତି ରଜନିକାନ୍ତ ସିଂ ଆକ୍ଟିଂ ବାଚସ୍ପତି ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ହେଲେ ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦବୀଟି ଏତେ ଦିନ ଧରି ଖାଲି ପଡ଼ିବା ନେଇ ରହିଥିଲା ଅନେକ ଅସନ୍ତୋଷ ବଢ଼ିବାରେ ଲାଗିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ