Advertisment

ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ

ମନ୍ତ୍ରୀ ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳି ଜୁନାଗଡ଼ ଅଭିମୁଖେ ପୋଲିସ ଏସ୍କର୍ଟରେ ଯାଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲେ ଦୀପଜ୍ୟୋତି। ମମିତା ହତ୍ୟାକାଣ୍ଡର ୨୩ ଦିନ ପରେ କାହିଁକି ବାହାରିଲେ ବୋଲି ପ୍ରଶ୍ନ କରିବା ସହ ଇସ୍ତଫା ଦାବି କରିଥିଲେ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି।

ଅଦ୍ୟତନ ହୋଇଛି
Minister Dibya Shankar Mishra intercepted by BJP Yuva Morcha membe

Minister Dibya Shankar Mishra intercepted by BJP Yuva Morcha member

Advertisment

କଳାହାଣ୍ଡି: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରା ମାମଲାରେ ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ। ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ ମନ୍ତ୍ରୀଙ୍କୁ ରାସ୍ତା ମଝିରେ ଇସ୍ତଫା ମାଗିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଛି। ଭବାନୀପାଟଣା ସହର ଏମ୍ଏସ୍ଏ ଛକରେ ମନ୍ତ୍ରୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଦୀପଜ୍ୟୋତି। 

Advertisment

ମନ୍ତ୍ରୀ ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳି ଜୁନାଗଡ଼ ଅଭିମୁଖେ ପୋଲିସ ଏସ୍କର୍ଟରେ ଯାଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲେ ଦୀପଜ୍ୟୋତି। ମମିତା ହତ୍ୟାକାଣ୍ଡର ୨୩ ଦିନ ପରେ କାହିଁକି ବାହାରିଲେ ବୋଲି ପ୍ରଶ୍ନ କରିବା ସହ ଇସ୍ତଫା ଦାବି କରିଥିଲେ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। ତେବେ ଏନେଇ ମନ୍ତ୍ରୀ ଦିବ୍ୟଶଙ୍କର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

Advertisment

ଏନେଇ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ କହିଛନ୍ତି ଯେ ମମିତା ହତ୍ୟାକାଣ୍ଡ ପରଠୁ ମନ୍ତ୍ରୀ ଚୁପ୍‌ ରହିଥିଲେ। ପରେ ମାଣିକେଶ୍ୱରୀଙ୍କ ନାଁରେ ରାଣ ଖାଇଥିଲେ। ଆମେ ତାଙ୍କୁ କିଛି ପ୍ରଶ୍ନ ପଚାରିବା ପାଇଁ ଅପେକ୍ଷାରେ ଥିଲୁ। ତେବେ ମନ୍ତ୍ରୀ ଘର ନିକଟରେ ଛିଡ଼ା ହୋଇଥିବା ସମୟରେ ମୁଁ ମନ୍ତ୍ରୀଙ୍କୁ ଇସ୍ତଫା କାହିଁକି ଦେଉ ବୋଲି ପଚାରିଥିଲି। କାହିଁକିନା ତାଙ୍କର ଇସ୍ତଫାରେ ହିଁ ହତ୍ୟାକାଣ୍ଡର ତଦନ୍ତ ନିରପେକ୍ଷ ହୋଇପାରିବ। ଏପରିକି ହତ୍ୟାକାଣ୍ଡକୁ ନେଇ ବିଳମ୍ବରେ ମୁହଁ ଖୋଲିବା ବିଷୟ ମୁଁ ପଚାରିଥିଲି। 

ସେପଟେ ଥମୁନି ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟରେ ଲାଗିରହିଥିବା ଝଡ଼। ଆଜି କୁଚିଣ୍ଡା ଗସ୍ତ ବେଳେ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ସହ ବିରୋଧ କରିଛି ବିଜେପି। ଶୋଭାଯାତ୍ରାରେ ଆସି କଳା ପତାକା ଦେଖାଇଲା ବେଳେ ବିଜେପି କର୍ମୀଙ୍କୁ ଉଠାଇ ନେଇଥିଲା ପୋଲିସ। କୁଚିଣ୍ଡାରେ ଆଜି ପହଞ୍ଚି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment
Viral Video Minister Dibya Shankar Mishra Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ