ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି । ମୁଣ୍ତ ଫାଟିଲା ଗଣମାଧ୍ୟମ ପ୍ରତିନିଧିଙ୍କର । ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କ ମୁଣ୍ତ ଫାଟି ଯାଇଛି । ଖବର ସଂଗ୍ରହ କରୁଥିବା ସମୟରେ କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀଙ୍କର ମୁଣ୍ତ ଫାଟିଥିବା ସୂଚନା । ସେପଟେ ଲୋୟର ପିଏମ୍ଜିରେ ଟେକା ପଥର ମାଡ଼ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଚେୟାରକୁ ମୁଣ୍ଡରେ ସୁରକ୍ଷା କବଚ ଭାବେ ବ୍ୟବହାର କରିଥିଲେ ।
ଏପଟେ ପୋଲିସ୍ ଉପରକୁ ଟେକା ପଥର ଫିଙ୍ଗିଲେ କଂଗ୍ରେସ କର୍ମୀ । କେବଳ ଟେକା ପଥର ନୁହେଁ ଅଣ୍ଡା, ଟମାଟୋ, ପାଣି ବୋତଲ ମଧ୍ୟ ଫିଙ୍ଗିଛନ୍ତି । ଏହା ସହିତ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ପୋଲିସ୍ ଉପରକୁ ଚେୟାର ଫିଙ୍ଗିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ପୋଲିସ୍ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି ।
Also Read
ଅଧିକ ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍ଜି, କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ
ଅନ୍ୟପକ୍ଷରେ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ପୋଲିସ୍ ପକ୍ଷରୁ ଲୋୟର ପିଏମ୍ଜିରେ ବ୍ୟାପକ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହି ବ୍ୟାରିକେଡ୍କୁ ମଧ୍ୟ ଭାଙ୍ଗିଥିଲେ କଂଗ୍ରେସ କର୍ମୀ । ସେମାନଙ୍କୁ ଅଟକାଇବାକୁ ପୋଲିସ୍କୁ ନାକେଦମ ହେବାକୁ ପଡ଼ିଛି । ତେବେ ବ୍ୟାରିକେଡ୍ ଭାଙ୍ଗିବା ପରେ ପୋଲିସ୍ କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କରିଛି । କେବଳ ପାଣି ନୁହେଁ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍ ଟିୟର ଗ୍ୟାସ୍ ମଧ୍ୟ ପ୍ରୟୋଗ କରିଥିଲା।