Advertisment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ନାହିଁ ମମତା !

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି । ତେବେ ଟିଏମସି ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ଘୋଷଣା କରିନାହିଁ।

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

ପାଖେଇ ଆସିଲାଣି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ୨୨ ଜାନୁଆରୀରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ଜୋରସୋରରେ କାମ ଚାଲିଛି। ପୁରା ଅଯୋଧ୍ୟା ନଗରୀକୁ ଏକ ପ୍ରକାର ନୂଆ ରୂପ ଦିଆଯାଉଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଶ୍ରୀ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦେଶର ସମସ୍ତ ରାଜନୈତିକ ଦଳକୁ ଉଦଘାଟନ୍‌ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଉଛି। ତେବେ ଅନେକ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମନା କରିଦେଇଛନ୍ତି।

Advertisment

ତେବେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଟିଏମସି ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି । ଯଦିଓ ଟିଏମସି ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ଘୋଷଣା କରିନାହିଁ, ତଥାପି ମମତା ବାନାର୍ଜୀଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି କି ମମତା ବାନାର୍ଜୀ କିମ୍ବା ତାଙ୍କ ଦଳର କେହି ଏହି ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବେ ନାହିଁ। କାହିଁକି ନା ଶାସକ ଦଳ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାମ ମନ୍ଦିର ଉଦଘାଟନକୁ ସ୍ପ୍ରିଙ୍ଗବୋର୍ଡ ଭାବରେ ବ୍ୟବହାର କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି। ଆଉ ଏଥିପାଇଁ ଟିଏମ୍‌ସି ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୬୦୦୦ ନିମନ୍ତ୍ରିତ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Advertisment
Mamata Banerjee India TMC Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ