ଭୋଟ୍ ଦେଲେ ବଣ୍ଡା ଘାଟି ବାସିନ୍ଦା

ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା । ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ଆଗେଇ ଆସିଛନ୍ତି । ମୁଦୁଲିପଡ଼ା ଓ ଅଣ୍ଡାହାଲ ପଞ୍ଚାୟରେ ମତଦାନ । ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ବଣ୍ଡା ଘାଟିର ମହିଳାମାନେ ।

Malkangiri is a resident of Banda Ghati

News Summary

ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା 

ଦ୍ୱିତୀୟ ପଯର୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଶେଷ ହୋଇଛି ସମୟ ହୋଇଯିବାରୁ ବୁଥ୍‌ରେ ଗେଟ୍ ବନ୍ଦ କରି ଦିଆଯାଇଛି । ଯେଉଁମାନେ ସମୟ ପୂର୍ବରୁ ବୁଥ୍ ପରିସରରେ ପ୍ରବେଶ କରି ସାରିଛନ୍ତି ସେମାନେ ଭୋଟ୍ ଦେଉଛନ୍ତି । ଏହା ଭିତରେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା ମଧ୍ୟ ଭୋଟ ଦେଇଛନ୍ତି । 

ଭୋଟ୍ ଦେଲେ ମାଲକାନଗିରି ବଣ୍ଡା ଘାଟି ବାସିନ୍ଦା । ନିଜ ଅଞ୍ଚଳର ବିକାଶ ପାଇଁ ସେମାନେ ଆଗେଇ ଆସିଛନ୍ତି । ଆଜି ସକାଳୁ ବଣ୍ଡା ଘାଟିର ମୁଦୁଲିପଡ଼ା ଓ ଅଣ୍ଡାହାଲ ପଞ୍ଚାୟରେ ମତଦାନ ସାବ୍ୟସ୍ତ କରିବାକୁ ମହିଳା ମାନେ ବହୁ ସଂଖ୍ୟାରେ ଆସିଥିଲେ । ଆଦିମ ଜନଜାତି ବଣ୍ଡାଙ୍କ ଉନ୍ନତି ଓ ଅଞ୍ଚଳର ବିକାଶ ଯିଏ କରିବ ତାକୁ ହିଁ ଭୋଟ୍ ଦେବେ ବୋଲି କହିଛନ୍ତି ବଣ୍ଡା ବାସିନ୍ଦା । 


ସୂଚନା ଅନୁସାରେ  ଦିନ ୧୨ଟା ସୁଦ୍ଧା ରାଜ୍ୟରେ ୪୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି । କୋରାପୁଟ ଜିଲ୍ଲା କୋଟିଆରେ ୧୨ଟା ସୁଦ୍ଧା ୪୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଆଜି ଦ୍ୱିତୀୟ ପଯର୍ୟାୟ ମତଦାନ ବେଳେ କାଁ ଭାଁ ହିଂସାକାଣ୍ଡ ଦେଖିବାକୁ ମିଳିଛି ।