/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698932454.jpg)
Mahua Moitra
ସଂସଦରେ କ୍ୟାସ-ଫର୍-କ୍ୱେରୀ ମାମଲାରେ ପାର୍ଲାମେଣ୍ଟ ଏଥିକ୍ସ କମିଟି ଆଗରେ ଆଜି ହାଜର ହୋଇଥିଲେ ସାଂସଦ ମହୁଆ ମୈତ୍ର । ହେଲେ ଏଥିକ୍ସ କମିଟିର ବୈଠକରେ ହଙ୍ଗାମା ଦେଖାଦେଇଥିଲା । ତ୍ରୁଣମୂଳ କଂଗ୍ରେସ ସାଂସଦ ମହଆ ମୋଇତ୍ରାଙ୍କୁ ସାଙ୍ଗରେ ଧରି ବୈଠକରୁ ବାହାରି ଗଲେ ବିରୋଧୀ ସଦସ୍ୟ ।
ଜଣେ ମହିଳାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରାଯିବାରୁ ବିରୋଧୀ ଦଳ ସଦସ୍ୟମାନେ ଏଭଳି ଓ୍ୱାକ୍ ଆଉଟ୍ କରିଥିବା କହିଛନ୍ତି । ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲାରେ ଆଜି ଏଥିକ୍ସ କମିଟିରେ ହାଜର ହୋଇଥିଲେ ଟିଏମ୍ ସି ସାଂସଦ ମହୁଆ ମୋଇତ୍ରା । ପ୍ରଥମେ ସେ ନିଜ ପକ୍ଷ ରଖିଥିଲେ । ଏହାପରେ କମିଟି ତାଙ୍କୁ ଜେରା କରିଥିଲା । ତେବେ ଏହି ସମୟରେ ମହୁଆ ମୋଇତ୍ରାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚରାଯାଇଥିବା ବିରୋଧୀ ଅଭିଯୋଗ ଆଣି ହଙ୍ଗାମା କରିଛନ୍ତି ।
#WATCH | Delhi: Opposition parties MPs including TMC MP Mahua Moitra and BSP MP Danish Ali, walked out from the Parliament Ethics Committee meeting.
TMC MP Mahua Moitra appeared before the Parliament Ethics Committee in connection with the 'cash for query' charge against her. pic.twitter.com/EkwYLPnD1O
— ANI (@ANI) November 2, 2023
ସେମାନଙ୍କ ଅଭିଯୋଗ ମୁତାବକ, ଆପଣଙ୍କ କେଉଁ ସମୟରେ କାହା ସହ ଦେଖାସାକ୍ଷାତ ହେଉଛନ୍ତି, କାହା ସହ କେତେବେଳେ କଥା ହେଉଛନ୍ତି, ହୋଟେଲରେ କାହା ସହ ମିଶୁଛନ୍ତି, ରାତିରେ କାହା ସହ କଥା ହେଉଛନ୍ତି ଭଳି ମହୁଆଙ୍କୁ ପ୍ରଶ୍ନ ପଚରାଯାଇଛି । ଏହି ପ୍ରଶ୍ନ ଗୁଡିକ ବେଶ୍ ବ୍ୟକ୍ତିଗତ । ଏହାକୁ ଗୋପନୀୟ ରଖାଯିବ ବୋଲି ପୂର୍ବରୁ କମିଟି କହିଥିଲା । କିନ୍ତୁ ତାହା କରାଯାଇ ନାହିଁ । ମହିଳାଙ୍କୁ ଅଯୁକ୍ତିକର ପ୍ରଶ୍ନ ପଚରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ଏହାକୁ ନେଇ ବିରୋଧୀ ସଦସ୍ୟ ରାଗି ଯାଇଛନ୍ତି । କମିଟି ବୈଠକକୁ ଅଧାରେ ଛାଡି ସାଂସଦମାନେ ବାହାରକୁ ଚାଲି ଆସିଛନ୍ତି । କ୍ୟାମେରା ଆଗରେ ମହୁଆ ମୈତ୍ର କିଛି ନକହି ରାଗରେ ଚାଲିଯାଇଛନ୍ତି । ସେପଟେ ବିଏସ୍ପି ସାଂସଦ ଦାନିଶ ଅଲୀ ବିରୋଧୀ ଓ୍ୱାକ୍ ଆଉଟ୍ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)