ମାହାଙ୍ଗା ଡବଲ ମର୍ଡର ଘଟଣା । ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ହେଲା ସମନ । ସାଲେପୁର ଜେଏମ୍ଏଫ୍ସି କୋର୍ଟ ପ୍ରତାପ ଜେନାଙ୍କୁ ସମନ ଜାରି କରିଛନ୍ତି। ସ୍ପେଶାଲ ମେସେଞ୍ଜର ଜରିଆରେ ବିଧାୟକଙ୍କ ପାଖକୁ ସମନ ପଠାଇଲେ କୋର୍ଟ । ଅକ୍ଟୋବର ୩୧ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।